logo
add image
ବନବିଭାଗ ପକ୍ଷରୁ ଏକ୍ ପେଡ୍ ମା' କେ ନାମ୍୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବନବିଭାଗ ପକ୍ଷରୁ ଏକ୍ ପେଡ୍ ମା' କେ ନାମ୍୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷମକଧକ/୧୭/୯/୦୨୫/(ଆଧାର ମିଡ଼ିଆ// କାଷିନାଥ ପାଲ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମତିଥିକୁ ସ୍ମରଣୀୟ କରିବାପାଇଁ ଆଜି ୭୫ଲକ୍ଷ ଗଛ ସାରା ରାଜ୍ୟରେ ଲଗାଯାଉଛି।ଏକ୍ ପେଡ୍ ମା' କେ ନାମ୍ ୨.୦ ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଶ୍ରେଷ୍ଠ ଉପହାର।ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ପକ୍ଷରୁ ଅମ୍ଵାଦଳା, ମୁନିଗୁଡା, ଡାଙ୍ଗସୋରଡା,ଚନ୍ଦ୍ରପୁରୁ,ଦୁର୍ଗୀ ଏଵଂ ବିଷମକଟକ ସେକ୍ସନ ଆଦିରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ମାପାଇଁ ଗଛଟିଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଯାଇଛି।ଏଥି ପୂର୍ବରୁ ୪୬ଟି ଗ୍ରାମ ପଞ୍ଚାୟତକୁ ୨୩ ହଜାର ଚାରା ଗଛ ଯୋଗାଇ ଦିଆଯାଇଥିଲା।
ଆଜି ବନାଞ୍ଚଳ ଅଧିକାରୀ ଶ୍ରୀ ଅନୀଲ୍ କୁମାର ବାଲା ଓ ପ୍ରବୀଣ ଦାସଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ବନପାଳ ପ୍ରମୋଦିନୀ ମାଣ୍ଡାଙ୍ଗି ,ମାଝି ମହାପାତ୍ର,ହେମଚରଣ ବେହେରା,ଗିରି ପ୍ରଧାନୀ,ରଞ୍ଜିତ ଶ୍ରୀରାମ,ସୁଜାତା ସୁନାମୁଦି,ଅଶ୍ଵିନୀ କରକରିଆ,ଓ ନମିତା ବିଡିକା ପରିଚାଳନାରେ ୧୧୫୦୦ ଗଛ ବଡଦାଣ୍ଡରା,ବାଇନ ବସା, ଦେଓକୁପୁଲି, ପିସ୍କାପଙ୍ଗା, ଡୁମୁରୁନାଲି, ପାଟନା, ଦାରୁକଣା, ଗଙ୍ଗର ପଡା,ଦଣ୍ଡପଡା,ଥୁଆପାଡି ଡିମିରିଗୁଡା,କେଉଡତୋଳା ଗ୍ରାମମାନଙ୍କରେ ବିଭିନ୍ନ କିସମର ଗଛ ଲଗା ଯାଇଛି।ଏହି ଗଛଲଗା କାର୍ଯ୍ୟକ୍ରମରେ ଗ୍ରାମବାସୀ,ପିସ୍କାପଙ୍ଗା ସରପଞ୍ଚ‌ ଫୁଲମାଈ‌ କାଡ୍ରାକା,ଫରେଷ୍ଟର ସୁଜାତା ସୁନାମୁଦି,କବି କୁସୁଲିଆ,ବିଶ୍ବଜୀତ ମହାରଣା,କସ୍ତୁରୀ ପ୍ରହରାଜ,ଏନଜିଓ ,ପିସ୍କାପଙଗାର ଶିକ୍ଷକ, ଛାତ୍ର ଛାତ୍ରୀ, ସ୍ଵୟଂସହାୟକ ଗୋଷ୍ଠୀ, ମୁନିଗୁଡା ଚେୟାର ମ୍ୟାନ ଦୁଖିନୀ ନୁଣ୍ଢୃକା , ପରିବେଶ ବିତ୍ ଗୈରାଙ୍ଗ ରାଉତ,ଯୋଗ ଦେଇ ଗଛ ଲଗାଇ ନିଜକୁ ଧନ୍ୟ ମନେ କରିଛନ୍ତି।

Recent Comments

Leave Comments

Top