logo
add image
ପ୍ରବଳବର୍ଷାପରେ ପୁଣି କଳିଙ୍ଗାଘାଟିରେ ଅଘଟଣ:ପଥର ଖସିବାପରେ ନିର୍ମାଣକାମ ବନ୍ଦ

ପ୍ରବଳବର୍ଷାପରେ ପୁଣି କଳିଙ୍ଗାଘାଟିରେ ଅଘଟଣ:ପଥର ଖସିବାପରେ ନିର୍ମାଣକାମ ବନ୍ଦ

କନ୍ଧମାଳ/୨୨/୦୯/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କଳିଙ୍ଗା ଘାଟିରେ ସୋମବାର ପୁଣି ଅଘଟଣ।ପ୍ରବଳ ବର୍ଷାପରେ ପୁଣି ଖସିଲାପଥର । ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ପଥରଖସିଲା ।ପ୍ରବଳ ବର୍ଷା ଏବଂ ପଥର ଖସିବା କାରଣରୁ ବନ୍ଦରହିଲା ନିର୍ମାଣକାର୍ଯ୍ଯ । ଭୁସ୍ଖଳନ ପରେ ରାସ୍ତାକାମ ଚାଲିଥିବା ବେଳେ ପୁଣି ପାହାଡ ପାଣିଆସି ସେସବୁ ଧୋଇ ନେଲା ।ସେପଟେ ଗତ ରାତ୍ରିରେ ମଧ୍ଯ ପଥର ଖସିଥିବା ସୂଚନା ରହିଛି । ଲଗାଣ ବର୍ଷା ଫଳରେ ପୁନରୁଦ୍ଧାର କାମପାଇଁ ବିଛା ଯାଇଥିବା ସାମଗ୍ରୀ ପୁଣି ଧୋଇଯାଇଛି । ତେବେ ବର୍ଷା ବଢିଲେ ଅଘଟଣ ଘଟୁଛି ।
ପୁଣିଥରେ ଅଘଟଣ ହେବାଫଳରେ ରାଞ୍ଚି - ବିଜୟୱାଡା କରିଡ଼ର ରାସ୍ତାରେ ଗାଡି ଚଳାଚଳ ନେଇ ବିଳମ୍ବ ହେବା ସମ୍ଭାବନା ଦେଖାଦେଇଛି । ଗତ ୧୬ ତାରିଖ ଅପରାହ୍ନରେ ବାଦଲଫଟା ବର୍ଷାଯୋଗୁଁ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟ ଏକ ଛୋଟ ଝରଣାରେ ଭୁସ୍ଖଳନ ଘଟି ପାହାଡ଼ ଶିଖରରୁ ବଡ଼ବଡ଼ ପଥର,ଗଛ,ମାଟି ରାସ୍ତାକୁ ଖସିବା ସହ ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଯାଇ ଥିଲା। ଫଳରେ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ସମେତ କନ୍ଧମାଳ ଜିଲ୍ଲାକୁ ଗମନା ଗମନ ବିଚ୍ଛିନ୍ନ ହୋଇଯାଇ ଥିଲା। ୧୫୭ ନମ୍ବର ଜାତୀୟ ରାଜପଥରେ ଏହିଭଳି ଭୁସ୍ଖଳନ ଦୃଶ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ହଜେଇ ଦେଇଥିଲା।
ବିଭାଗୀୟ ଅଧିକାରୀ ଯନ୍ତ୍ରୀଗଣ ଘଟଣାସ୍ଥଳରେ ପହଞ୍ଚି କିଭଳି ଏହି ରାସ୍ତାକମ ସମୟ ଭିତରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ କରାଯାଇପାରିବ ତାର ବ୍ୟବସ୍ଥା କରୁଥିବା ବେଳେ ଏବେ ପୁଣି ଥରେ ପଥର ଖସିଛି । କଳିଙ୍ଗା ଘାଟିରେ ଗତ ୧୬ ତାରିଖ ଦିନ ଘଟିଥିବା ଭୂସ୍ଖଳନ ସବୁଦିନ ପାଇଁ ମନେ ରହିବ। ପୂର୍ବରୁ ଏଠାରେ ଏତେ ବଡ଼ ଅଘଟଣ ଘଟି ନଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। 
କଳିଙ୍ଗା ଘାଟିରେ କାର୍ଯ୍ୟ କରୁଥିବା ଏକ ବାହାର ରାଜ୍ୟର ଏକ ଠିକାକମ୍ପାନି ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବାପରେ ଉକ୍ତରାସ୍ତା କାର୍ଯ୍ୟକୁ ଠିକାକମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିବା ବେଳେ ବର୍ଷା ବାଧକ ସାଜିଛି। ଠିକା କମ୍ପାନି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଘାଟିର ଡାହାଣ ପାର୍ଶ୍ଵରେ ଥିବା ପାହାଡ଼ର ପାଣିର ଦିଗ ପରିବର୍ତ୍ତନ ସହ ପଥରର କିଛି ଅଂଶକୁ ବ୍ଳାଷ୍ଟିଂକରି ଅସ୍ଥାୟୀ ରାସ୍ତା ନିର୍ମାଣରେ ଲାଗିପଡିଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ରାସ୍ତାରୁ ସମ୍ପୂର୍ଣ୍ଣ ପଥର ମାଟି ତଳକୁ ଖସେଇବା ପାରେ ବାଲି ବସ୍ତାପକେଇ ମାଟି ପକେଇ ସମତଳ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଉ କିଛିଦିନ ଭିତରେ ଅସ୍ଥାୟୀ ରାସ୍ତାକାର୍ଯ୍ୟ ଶେଷ ହେବା ନେଇ ଆଶା ଦେଖା ଦେଇଥିବା ବେଳେ ପୁଣି ଏକ ଅଘଟଣ ନିର୍ମାଣ କାମରେ ବାଧା ସୃଷ୍ଟିକରିଛି ।

Recent Comments

Leave Comments

Top