ଭୁବନେଶ୍ୱର/୨୩/୦୯/୨୦୨୫/(ଆଧାର ମିଡ଼ିଆ//ପ୍ରଦ୍ୟୋତ କୁମାର ବିଶ୍ୱାଳ)-ଆଜି ପ୍ରଭୁ ଜଗନ୍ନାଥ ୱାର୍କସ୍ କ୍ଲବ୍ର ଆନୁକୂଲ୍ୟରେ ଏକ ମାଗଣା ସାସ୍ଥ୍ୟସେବା ଶିବିର ରସୁଲଗଡ ସ୍ଥିତ ଚକ୍ରଧର ମେନ୍ସନ୍ ଭାଗବତ ସନ୍ଧାନ ଛକ -ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଥିଲା । ସୂଚନା ଯୋଗ୍ୟ ଭକ୍ତ ୱାର୍କସ୍ କ୍ଲବଟି ଏକ ଆର୍ନ୍ତଜାତୀୟ ସଂସ୍ଥା । ରୋଟାରୀ କ୍ଲବ ଓ ଲାୟନ୍ସ କ୍ଲବର ସୃଷ୍ଟି ଭାରତ ବାହାରେ ହୋଇଥୁବା ବେଳେ ୱାର୍କସ୍ କ୍ଲବ୍ ର ସୃଷ୍ଟି ୧୯୮୬ ମସିହାରେ ଭାରତରେ ଆରମ୍ଭ ହୋଇଥିଲା । ସମାଜ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା,ଆସନ୍ତୁ ଚାଲିବା ସୁସ୍ଥରହିବା
ଉକ୍ତ ସାସ୍ଥ୍ୟସେବା ଶବିରରେ ଜିଲ୍ଲା-୧୦୪ର ଗର୍ଭନର ଶ୍ରୀଯୁକ୍ତ ମୁକ୍ତିକାନ୍ତ ଅଗସ୍ତି ମହୋଦୟ,କ୍ଲବର ସଭାପତି ଶ୍ରୀମତୀ ନିର୍ମଳା ନାୟକ ଓ ଉପଦେଷ୍ଟା ଶ୍ରୀଯୁକ୍ତ ସୁମନ୍ତ କୁମାର ନାୟକ,ସର୍ବେଶ୍ୱର ବରାଳ ସମାଜ ସେବୀ ଶ୍ରୀଯୁକ୍ତ ମଳୟ ରାଉତରାୟଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । ଏଥିରେ ମଣିପାଲ ହସ୍ପିଟାଲ ଭୁବନେଶ୍ବରର ୫ଟି ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଚକ୍ଷୁ, ମଧୁମେହ,ଅସ୍ଥିଶଲ୍ୟ,ସ୍ନାୟୁ ଓ ହୃଦରୋଗ ଆଦି ବିଭାଗ ମାନଙ୍କର ପରୀକ୍ଷା କରାଯାଇଥିଲା । ଟାଟା କମ୍ପାନୀ ପ୍ରାୟୋଜିତ ଟାଇଟନ ଆଇ ପ୍ଲୁସ ମଧ୍ୟ ଆଖିର ଉପଯୁକ୍ତ ପରୀକ୍ଷା ପାଇଁ ମେସିନ ଦେବାରେ ସହାୟତା କରିଥିଲେ।
ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଏହି ଅଞ୍ଚଳର ପ୍ରାୟ ୩୦୦ ଜଣ ସର୍ବସାଧାରଣ ଓ ୧୦୦ ଜଣ କ୍ଲବର ବରିଷ୍ଠ ସଦସ୍ୟମାନଙ୍କର ସାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରଭୁ ଜଗନ୍ନାଥ ୱାର୍କସ୍ କ୍ଲବ୍ ଦ୍ବାରା ଏହିପରି ସାସ୍ଥ୍ୟ ସଚେତନତା ଓ ଶିବିର ଆଗରୁ ମଧ୍ୟ ବହୁବାର ହୋଇଆସିଛି । ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଏହି କ୍ଲବ୍ ବିଭିନ୍ନ -ବୃଦ୍ଧାଶ୍ରମକୁ ରାସନ ସାମଗ୍ରୀ ପ୍ରଦାନ କରିବା,ଛୋଟ ଛୋଟ ପିଲାମାନଙ୍କର ଶିକ୍ଷା ଓ ସାସ୍ଥ୍ୟ ସମ୍ଭଦ୍ଧିୟ ଶିବିର ବ୍ୟବସ୍ଥା କରିବା, ରାସ୍ତାର ଦୁଇପାର୍ଶ୍ବରେ ବୃକ୍ଷ ରୋପଣ କରିବା ଏବଂ ରକ୍ତଦାନ ଶିବିର ଆଦି ଆୟୋଜନ କରାଯାଇଥାଏ । ଏହାଦ୍ବାରା ସମାଜର ବିଭିନ୍ନ ଗରିବ ଓ ମଧ୍ୟମ ବର୍ଗର ବ୍ୟକ୍ତିମାନେ ବିଶେଷ ଭାବରେ ଉପକୃତ ହୋଇଥାନ୍ତି । ପ୍ରଭୁ ଜଗନ୍ନାଥ ୱାର୍କସ୍ କ୍ଲବ ଜିଲ୍ଲା- ୧୦୪ ଓ ଆର୍ନ୍ତଜାତିକ ୱାର୍କସ୍ ସଂସ୍ଥା ଦ୍ବାରା ବହୁବାର ସମ୍ମାନିତ ହୋଇ ଆସୁଅଛି । ଆଗକୁ ଏମିତି ମହତ କାମ କରିବାକୁ କ୍ଲବ ଜାରୀ ରଖିବ ବୋଲି ମେମ୍ବରସ ମାନେ ମତ ରଖିଥିଲେ ।
Recent Comments