logo
add image
ବୌଦ୍ଧରେ ଖୋଲିଲା ପ୍ରଥମ ଘରୋଇ ନର୍ସିଂହୋମ।

ବୌଦ୍ଧରେ ଖୋଲିଲା ପ୍ରଥମ ଘରୋଇ ନର୍ସିଂହୋମ।

ବୌଦ୍ଧ,୦୬/୧୨/୨୦୨୪(ଆଧାର ମିଡ଼ିଆ)ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡିଥିବା ବୌଦ୍ଧଜିଲାରେ ବେସରକାରୀ ଭାବରେ ଉତ୍ତମ ଚିକିତ୍ସା ମିଳୁନଥିବା ନେଇ ସ୍ୱଛଳବର୍ଗର ଲୋକମାନେ ସାଧାରଣ ଚିକିତ୍ସା ପାଇଁ ମଧ୍ୟ ଜିଲା ବାହାରକୁ ଚାଲିଯାଉଛନ୍ତି।ଏହାକୁ ହୃଦୟଙ୍ଗମ କରି ବୌଦ୍ଧଜିଲା ବାଉଁଶୁଣୀ ମାଟିର ପୁଅ ତଥା ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଡାକ୍ତର ଦମ୍ପତି ଡା.ରାଜେଶ କୁମାର ତ୍ରିପାଠୀ ଏବଂ ଡା.ସୁସ୍ମିତା ଦାଶ ନିଜ ଉଦ୍ୟମରେ ବୌଦ୍ଧରେ ସାଇ ସମଲେଶ୍ୱରୀ ନାମରେ ଏକ ଘରୋଇ ନର୍ସିଂ ହୋମ ଆରମ୍ଭ କରିଛନ୍ତି।ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ନର୍ସିଂହୋମକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଭାବରେ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ,ଡା.ସୁଦର୍ଶନ ମେହେର, ଶିଶୁରୋଗ ବିଶେଷଜ୍ଞ ଡା. ବିଜୟ କୁମାର ସାହୁ,ଶଲ୍ୟ ଚିକିତ୍ସକ ଡା. ଅରୁଣ କୁମାର ବିଶ୍ୱାଳ ଓ ଅସ୍ଥିଶଲ୍ୟ ଚିକିତ୍ସକ ସୌମେନ୍ଦ୍ର ମାଝି ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,୪ ନମ୍ବର ଜୋନ ଜିଲାପରିଷଦ  ସଦସ୍ୟ ଇଂ. ରାକେଶ କୁମାର ତ୍ରିପାଠୀ ଙ୍କ ସହିତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
 

Recent Comments

Leave Comments

Top