logo
add image
ଦୁର୍ଘଟଣାଗ୍ରସ୍ତଙ୍କୁ ରାସ୍ତା କଡ଼ରେ ଛାଡି ଫେରିଗଲା ୧୦୮ ଆମ୍ବୁଲାନ୍ସ,ଘରୋଇ ଗାଡି ସାହାଯ୍ୟରେ ଚିକିତ୍ସାଲୟ ପହଞ୍ଚାଇଲେ ସ୍ବେଛାସେବୀ।

ଦୁର୍ଘଟଣାଗ୍ରସ୍ତଙ୍କୁ ରାସ୍ତା କଡ଼ରେ ଛାଡି ଫେରିଗଲା ୧୦୮ ଆମ୍ବୁଲାନ୍ସ,ଘରୋଇ ଗାଡି ସାହାଯ୍ୟରେ ଚିକିତ୍ସାଲୟ ପହଞ୍ଚାଇଲେ ସ୍ବେଛାସେବୀ।

ବରଗଡ଼,୮/୧୨/୨୦୨୪(ଆଧାର ମିଡ଼ିଆ)ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କେନ୍ଦୁଭଟ୍ଟା ଗ୍ରାମରେ ରବିବାର ଘଟିଯାଇଥିବା ଏକ ସଡକ ଦୁର୍ଘଟଣା ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ତେବେ ସ୍ଥାନୀୟ ଲୋକେ ୧୦୮ ଏମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମାତ୍ର ଏମ୍ବୁଲାନ୍ସ ଆସିବା ପରେ ଆହତ ଯୁବକକୁ ନନେଇ ଫେରିଯାଇଥିଲା।ଆହତ ଯୁବକ ଜଣକ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟ୍ଟା ଗ୍ରାମର ଜନ୍ମ(୪୦)(ଛଦ୍ମନାମ) ବୋଲି ଜଣା ପଡ଼ିଛି।ସୂଚନା ମୁତାବକ ଆଜି ରବିବାର ସକାଳ ୫ ରୁ ୬ଘଣ୍ଟା ସମୟ ମଧ୍ୟରେ ଗାଇସିଲେଟ ଥାନା ଅନ୍ତର୍ଗତ କେନ୍ଦୁଭଟ୍ଟା ଗ୍ରାମ କେନ୍ଦୁଭଟ୍ଟା ଛକରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଥିଲା।ଚାଲି ଚାଲି ଯାଉଥିବା ଜଣେ ଯୁବକକୁ ପଛପଟୁ ଆସି ଏକ ଅଚିହ୍ନା କାର ଧକ୍କା ଦେଇ ଚମ୍ପଟ ମାରିଥିଲା।ଘଟଣା ସ୍ଥଳରେ ଉକ୍ତ ଗ୍ରାମର ଜନ୍ମ ନାମକ ଏକ ଯୁବକ ଗୁରୁତର ଆହତ ହୋଇଥିଲେ ତାଙ୍କର ଡାହାଣ ହାତ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ କ୍ଷତ ହୋଇଥିଲା।ତେବେ ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମାତ୍ର ଏମ୍ବୁଲାନ୍ସ ଆସିଥିଲେ ହେ ଉକ୍ତ ଯୁବକକୁ ନେବାକୁ ମନା କରିଦେଇଥିଲେ ଓ ସେଠାରୁ ଫେରି ଯାଇଥିଲେ।କାରଣ ଆହତ ଯୁବକଙ୍କ ସହିତ ଚିକିତ୍ସାଲୟକୁ ଯିବା ପାଇଁ ସେଠାରେ କେହି ରାଜି ହୋଇନଥିଲେ। ତେବେ ଆମ୍ବୁଲାନ୍ସରେ ଗାଡି ଚାଲକକୁ ଛାଡିଦେଲେ ଆହୁରି ଦୁଇଜଣ କର୍ମଚାରୀ ରହିଥିଲେ ମାତ୍ର ସେମାନେ ଦୁର୍ଘଟଣାଗ୍ରସ୍ତ ଯୁବକକୁ ନେବାକୁ ସମ୍ପୂର୍ଣ ମନା କରିଦେଇଥିଲେ ଓ ରାସ୍ତା ଉପରେ ଗୁରୁତର ଆହତ ହୋଇଥିବା ଯୁବକକୁ ଛାଡ଼ିଦେଇ ସେଠାରୁ ଚାଲିଯାଇଥିଲେ। ଉପସ୍ଥିତ ଲୋକେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କାହିଁକି ନେବନି ସେଇଟା ତମର କର୍ତବ୍ୟ ବୋଲି କହିବାରୁ ସଂଗେ ସଂଗେ ଏମ୍ବୁଲାନ୍ସ ମଧ୍ୟରେ ବସିଥିବା ଜଣେ କର୍ମଚାରୀ କହିଥିଲେ "ସେମିତି ହେଲେ ଅଫିସକୁ କହିଡିଅ ଦରମା ଦୁଇମାସ ହେଲା ମିଳିନି ଦରମା ଟିକେ ଦେବେ" ଏଭଳି କହି ଘଟଣା ସ୍ଥଳରୁ ଫେରାର ମାରିଥିଲେ ତେବେ ସେହି ସମୟରେ ସ୍ଥାନୀୟ ଜଣେ ସ୍ବେଛାସେବୀ ରତିକାନ୍ତ ପଧାନ ନିଜସ୍ୱ କାମରେ କେନ୍ଦୁଭଟ୍ଟାକୁ ଯାଉଥିବା ସମୟରେ ଆହତ ଯୁବକକୁ ଦେଖି ନିଜ ଉଦ୍ୟମରେ ଏକ ଘରୋଇ ଗାଡିର ବ୍ୟବସ୍ଥା କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତ ଯୁବକଙ୍କୁ ପହଞ୍ଚାଇଥିଲେ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ରାସ୍ତା କଡରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ବ୍ୟକ୍ତିଙ୍କୁ ତାର ପରିଚୟ ନମିଳିବା ପର୍ଯ୍ୟନ୍ତ ବା ତାର ସମ୍ପର୍କୀୟ ନଆସିବା ଯାଏ ଘଟଣା ସ୍ଥଳରେ ପଡି ରହିବାକୁ ଦେବା କି?ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତା କୋଡ଼ରୁ ଉଠାଇ ଚିକିତ୍ସାଲୟ ପହଞ୍ଚାଇଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଗୁଡ଼ ସାମଟୋରିଏନ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଉଛି ଏତତ୍ ବ୍ୟତୀତ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଖୋଦ ଏମ୍ବୁଲାନ୍ସ କର୍ମଚାରୀ ରାସ୍ତା କୋଡ଼ରେ ଛାଡି ଚାଲିଯିବା ବୁଦ୍ଧିଜୀବୀ ମହଲରେ ଲୋକେ ନାପସନ୍ଦ କରିଛନ୍ତି ଓ ନିଜସ୍ୱ ଉଦ୍ୟମରେ ଚିକିତ୍ସାଲୟ ପହଞ୍ଚାଇଥିବା ରତିକାନ୍ତଙ୍କୁ ପ୍ରଶଂସା କରିଛନ୍ତି।

Recent Comments

Leave Comments

Top