ସୁବର୍ଣ୍ଣପୁର,୦୭/୧୨/୨୦୨୪(ଆଧାର ମିଡ଼ିଆ)ଦିନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସଭା ଗୃହ ନୂତନ ଜିଲ୍ଲା ସ୍ଵାସ୍ଥ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ଟିବି ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ -୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ସଭାପତି ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀମତୀ ସୂପାର ଠେଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ,ମାନ୍ୟବର ସାଂସଦ ବଲାଙ୍ଗୀର ଙ୍କ ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ଶତପଥୀ,ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦାବର,ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗା ଦତ୍ତ ଦାସ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭି ବି ଡି )ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ,ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ଟି ବି )ଡ଼ା ପଦ୍ମହଂସ୍ ଦୋରା,ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା କାର୍ଯ୍ୟ ସଂଯୋଜକ ବିଶ୍ବମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗ ର ଲକ୍ଷଣ,ଚିହ୍ନଟ କରଣ କରି ତୁରନ୍ତ ପୂର୍ଣ୍ଣ ମାତ୍ରାରେ ଔଷଧ ସେବନ କରି ରୋଗୀ କୁ ପ୍ରତି ପଦକ୍ଷେପ ରେ ନିକ୍ଷୟ ମିତ୍ର ହୋଇ ସହଯୋଗ ପ୍ରଦାନ କରି ୨୦୨୫ ସୁଦ୍ଧା ଟିବି ମୁକ୍ତ ଭାରତ ଗଠନ ନିମନ୍ତେ ଜନସଚେତନା ସୃଷ୍ଟି କରିବା ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ଉପରେ ଗୁରୁତ୍ୱା ରୋପ କରିଥିଲେ।ଅତିଥି ବୃନ୍ଦ ୨ ଗୋଟି ସଚେତନତା ଭ୍ୟାନ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଯାହାକି ସୁବର୍ଣ୍ଣପୁର ଜିଲ୍ଲା ର ପ୍ରତ୍ୟେକ ଗ୍ରାମ କୁ ଟିବୀ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ସହାୟକ ହୋଇ ପାରିବ।ଉକ୍ତ ସଭାରେ ଆଶା,ଏଏନଏମ ଛାତ୍ରୀ,ନର୍ସିଂ ଅଫିସର ସମସ୍ତ କଂସଲ୍ଟାଣ୍ଟ, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।ଉକ୍ତ କାର୍ଯକ୍ରମ କୁ ପ୍ରଦୀପ କୁମାର ସାହୁ,ସୁଧାଂଶୁ ନାୟକ,ବି.କେ ସାଗରିକା, ସୋଭନା ଦାସ,ତରଣୀ ସେନ ପ୍ରଧାନ ଓ ଗୀତା ଞ୍ଜଳି ମେହେର,ଜ୍ଞାନ ଜିତ୍ ଶତପଥୀ ତଥା ଏନଟିଇପି ର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ଡି ପି ସି ଏନଟିଇପି ସମୀର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments