logo
add image
ସଫେଇ ନାଳରେ ପୁରିରହିଛି କଟିକି ଦଳ.ଅନନ୍ତ ସୟନରେ ଦିପାଟମେଣ୍ଟ

ସଫେଇ ନାଳରେ ପୁରିରହିଛି କଟିକି ଦଳ.ଅନନ୍ତ ସୟନରେ ଦିପାଟମେଣ୍ଟ

ପୁରି/୨୩/୯/୨୦୨୫/(ଆଧାର ମିଡ଼ିଆ)-ପୁରିଜିଲ୍ଲା ପିପିଲିବ୍ଲକ ରୂପଦେଇପୁର ପଞ୍ଚାୟତ ଅଲାରପୁର ଠାରୁ ଆରମ୍ଭ ହୋଇ ସାକ୍ଷୀଗୋପାଳ କାଞ୍ଜିଆ ଗାଁ ମୁଣ୍ଡକୁ ସଂଯୋଗ ଥିବା ସଫେଇ ନାଳରେ କଟିକିଦଳ ପୂର୍ଣ୍ଣ ରହିଛି. ଦଳ ପୂର୍ଣ୍ଣରହିବା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ. ବର୍ଷା ଜଳ ଅତିକ୍ରମ କରିପାରୁ ନଥିବାରୁ ଧାନ କ୍ଷେତ ଗୁଡିକରେ ପାଣି ଜମାହୋଇ ଧାନ ଫସଲ ନଷ୍ଟ କରିବାକୁ ବସିଲାଣି.ଏମିତି ପୁରିଜିଲ୍ଲା ଡ୍ରେନେଜ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କିଭଳି ନଜର ପଡୁନାହିଁ ତାହାକୁ ନେଇ ଉଠିଲାଣି ବିଭିନ୍ନ ପ୍ରଶ୍ନ. ଅନ୍ୟ ପକ୍ଷରେ ବିଭାଗ ଦ୍ୱାରା ଡ୍ରେନ ( ସଫେଇ ନାଳ ) ସଫା ନିମନ୍ତେ ସରକାରୀ ଅନୁଦାନ ଆସୁ ଥିବା ବେଳେ ବିଭାଗ ପୁରି ଜିଲ୍ଲାରେ ଅନ୍ୟ ସଫେଇ ନାଳ ବୁଲଡ୍ରୋଜର ମାଧ୍ୟମରେ ସଫାକରି ଚାଲିଥିବା ଦେଖିବାକୁ ମିଳୁଛି ବିଭାଗର କୌଣସି ଯନ୍ତ୍ରୀ ଓ କର୍ମଚାରୀ ମାନେ ଅଞ୍ଚଳ ପରିଦର୍ଶନରେ ନ ଆସିବାରୁ ଚାଷିମାନେ ବହୁ ହୀନସ୍ତା ଭୋଗୁଛନ୍ତି.ଏମିତିକି ଚାଷିଙ୍କ ଉଦ୍ୟମରେ ବିଭିନ୍ନ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି. ଲଘୁଚାପ ଜନିତ ବର୍ଷାଜଳ ଚାଷିମାନଙ୍କ ପାଇଁ କାଳ ସାଜି ଲାଣି.ଏନେଇ ଆମ୍ଭ ପ୍ରତିନିଧି ପୁରିଜିଲ୍ଲା ଡ୍ରେନେଜ ଅଧିକ୍ଷଣ ଯନ୍ତ୍ରୀଙ୍କ ମତାମତ ଲୋଡ଼ିବାରେ ରିପୋଟ ଲେଖାଯିବା ବେଳକୁ ତାଙ୍କ ପ୍ରତିକ୍ରିୟା ମିଳିନଥିଲା. ତେଣୁ ଏଦିଗରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ନଜର ଦେବାକୁ ପିପିଲି ବ୍ଲକର ୪ଗୋଟି ପଞ୍ଚାୟତ ଏବଂ ସତ୍ୟବାଦୀ ବ୍ଲକର ୩୦ଗୋଟି ଗ୍ରାମର ଚାଷିମାନେ ଦାବୀ କରିଛନ୍ତି.

Recent Comments

Leave Comments

Top