ସୁବର୍ଣ୍ଣପୁର/୨୩/୦୯/୨୦୨୫/(ଆଧାର ମିଡ଼ିଆ)-ନିର୍ବାହୀ ଯନ୍ତ୍ରୀ ଟାଟା ପାୱାର ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ବିତରଣ ଲିମିଟେଡ, ସୁବର୍ଣ୍ଣପୁରଙ୍କ ଆହ୍ବାନକ୍ରମେ ଅଦ୍ୟ ତା ୨୩.୦୯.୨୦୨୫ ରିଖଦିନ ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପି.ଏମ୍ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନାର ଅଗ୍ରଗତି ଉପରେ ଜିଲ୍ଲା ସ୍ତରୀୟ କମିଟିର ପର୍ଯ୍ୟାଲୋଚନା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା .ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ପର୍ଯ୍ୟାଲୋଚନା କରିଥିଲେ।
ଏହି ଅବସରରେ ପି.ଏମ୍ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନା,ମଡେଲ ସୋଲାର ଗ୍ରାମ ଓ ସରକାରୀ ଅଫିସ ଗୃହରେ ସୋଲାର ଲାଇଟ୍ ବିଦ୍ୟୁତ୍ କରଣର ଅଗ୍ରଗତି ଉପରେ ଜିଲ୍ଲାସ୍ତରୀୟ କମିଟିର ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।ପି.ଏମ୍ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନା ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ଯୋଜନା ଯାହା ଗତ ୧୩ ଫେବୃୟାରୀ ୨୦୨୪ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ୩ କିଲୋୱାଟ ବିଜୁଳି ଘରୋଇ ସଂଯୋଗିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଟ.୧୩୮୦୦୦.୦୦ ଙ୍କା ଇଛୁକ ହିତାଧିକାରୀ ବା ଉପଭୋକ୍ତା ରିହାତି ପାଇପାରିବେ। ଏଥିପାଇଁ ୩୦୦ ସ୍କୋୟର ଫିଟ୍ ଛାତ୍ ଘର ଆବଶ୍ୟକ ଅଟେ। ଏହି ଯୋଜନାରେ ଆମ ରାଜ୍ୟରେ ପ୍ରଥମଥର ପାଇଁ ବିଦ୍ୟୁତ୍ ଉପଭୋକ୍ତା ୦୧ (ଏକ) କିଲୋୱାଟ ଘରୋଇ ସଂଯୋଗିକରଣ ପାଇଁ ଟ.୫୦୦୦.୦୦(ପାଞ୍ଚ ହଜାର) ସଂଯୋଗୀ କରଣ ଫିଜ୍ ଓ ଟ .୩୭୪୭ .୦୦ ଟଙ୍କା ମିଟର ବାବଦକୁ ପୈଠକଲେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ପ୍ଲାଣ୍ଟ ଛାତ ଲଗାଯିବ। ଯାହାର ବିଦ୍ୟୁତ୍ ବିଲର ବକେୟା ଅର୍ଥ ରାଶି ନଥିବା, ସେ ଏହି ସୁବିଧା ପାଇପାରିବେ।
ସରକାରଙ୍କ ପକ୍ଷରୁ ଯେଉଁ ଗ୍ରାମ ପଞ୍ଚାୟତରେ ୧୦୦%(ଶତ ପ୍ରତିଶତ) ହୋଇଥିଲେ। ସରକାରଙ୍କ ପକ୍ଷରୁ ୦୧(ଏକ) କୋଟି ଟଙ୍କାର ଅର୍ଥରାଶି ସୌର ବିଜୁଳି ଭିତ୍ତି ଭୂମି ନିମନ୍ତେ ସେହି ଗ୍ରାମ ପଞ୍ଚାୟତରେ ଖର୍ଚ୍ଚ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଅବଗତ କରାଇଥିଲେ। ଏହି ଜିଲ୍ଲାସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ସୁବର୍ଣ୍ଣପୁର,ଶ୍ରୀ ଅଶ୍ୱିନୀ କୁମାର ମେହେର,ନିର୍ବାହୀ ଯନ୍ତ୍ରୀ, ଟିପିଡବ୍ଲୁଡିଏଲ, ସୁବର୍ଣ୍ଣପୁର, ଆଶିଷ କୁମାର ପଣ୍ଡା ଓ କମିଟିର ଅନ୍ୟ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ।
Recent Comments