logo
add image
ଭୂବନେଶ୍ୱରରେ ୧୨ତ୍ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୂବନେଶ୍ୱରରେ ୧୨ତ୍ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର/ ୧୯/୦୯/୨୦୨୫/(ଆଧାର ମିଡ଼ିଆ//ପ୍ରଦ୍ୟୋତ କୁମାର ବିଶ୍ୱାଳ)-ପ୍ରତିବର୍ଷପରି ଏବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜ ମେଣ୍ଟ ତରଫରୁ ୧୨ ତ୍ତମ ଭୁବନେଶ୍ୱର ଅନ୍ତର୍ଜାତିୟ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି,୧୯ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମୈଦାନ ଠାରେ ଏହି ବାଣିଜ୍ୟମେଳା ଚାଲିବବୋଲି ଅନୁଷ୍ଠାନର ମୁଖ୍ୟ ପ୍ରକାଶ କରିଛନ୍ତି। ପାଖାପାଖି ୨୦ରୁ ଉର୍ଦ୍ଧ ରାଜ୍ୟରୁ ଆସିଥିବା ବ୍ୟବସାୟୀ ମାନେ ଘରକରଣା ଆସବାବପତ୍ର ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ପର୍ଯ୍ୟନ୍ତ ତଥା ନିତିଦିନ କାମରେ ଆସୁଥିବା ବସ୍ତୁର ଆସର ଜମାଇଛନ୍ତି । ସମ୍ପୂର୍ଣ ଶୀତତାପ ନିୟନ୍ତ୍ରଣ କକ୍ଷରେ ହେଉଥିବା ଏହି ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ହେଉଛି ଚମ୍ପାରଣ ମଟନ, ଆଜିର ଏହି ବାଣିଜ୍ୟ ମେଳା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର,ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମେଜର କଳ୍ପନା ଦାଶ, ପୂର୍ବତନ ସମ୍ପାଦିକା ,ରେଡ କ୍ରସର ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ,ରୋଟାରୀ କ୍ଲବ,ଶ୍ରୀଯୁକ୍ତ ପ୍ରକାଶ ଶ୍ରୀଚନ୍ଦନ,ସଭାପତି ଓଡ଼ିଶା ପାଇକ ଆଖଡ଼ା ମହାସଂଘ, ଶ୍ରୀମତୀ ଚିଦାତ୍ମିକା ଖଟୁଆ,ପରିଚାଳନା ନିର୍ଦ୍ଦେଶିକା,ସୁଶୃତ୍ ହସ୍ପିଟାଲ,ଶ୍ରୀଯୁକ୍ତ ସରୋଜ ମଲ୍ଲିକ ଓ ରଶ୍ମିରଞ୍ଜନ କାନୁନଗୋ,  କାର୍ଯ୍ୟକାରିଣୀ ସଦସ୍ୟ,ଭାରତୀୟ ଜନତା ପାର୍ଟିଙ୍କ ସହିତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ନିର୍ଦ୍ଦେଶିକା ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା, ପରିଚାଳନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଜିତ ଗୁପ୍ତା, ସହ-ନିର୍ଦ୍ଦେଶକ ବିର ବାହାଦୁର ସିଂ,ଦୀପକ ମହାନ୍ତି ଓ ମୁଖ୍ୟ ସଂଯୋଜକ ରଞ୍ଜିତ କର୍ମୀଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସହଯୋଗୀ (GEM)ଉପସ୍ଥିତ ରହି ଅତିଥି ମାନଙ୍କୁ ଉତ୍ସାହିତ କରିଥିଲେ ।

Recent Comments

Leave Comments

Top