କଣିହାଁ/୨୪/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳୀ ଡ୍ୟାମ ସାଇଟ ବଜାର କମିଟି ଏବଂ ହାତୀଆ ଦଣ୍ଡାଗ୍ରାମ କମିଟି ସୋମବାର ଦିନ ଏକ ପ୍ରତି ନିଧିଦଳ ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ନେତୃତ୍ୱ ରେ ସ୍ୱସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା କକ୍ଷରେ ଭେଟିଥିଲେ,ଜଳସମ୍ପଦ ବିଭାଗ ଡାକ୍ତରଖାନାକୁ ସ୍ୱସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ନିବେଦନ କରିଥିଲେ.ଏଥିରେ ରେଙ୍ଗାଳି ଡ୍ୟାମ ସାଇଟ ସହିତ ୧୫ଟି ପଞ୍ଚାୟତର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ ଅନୁଗୁଳ ଓ ଦେବଗଡ ଜିଲ୍ଲାର ଜନ ସାଧାରଣ ରେଙ୍ଗାଳୀର ଏହି ଜଳସମ୍ପଦ ବିଭାଗୀୟ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲାବେଳ ବର୍ତମାନ ସୁଦ୍ଧା ଏହା ଜଳସମ୍ପଦ ବିଭାଗରେ ଅଛି .ଯାହାଦ୍ୱlରା ଡାକ୍ତର ଅଭାବ ସହିତ ଭିତ୍ତି ଭୂମିର ଅଭାବ ରହିଛି, ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ବିଧାୟକ ଶ୍ରୀ ମହାନ୍ତିଙ୍କ ଉଦ୍ୟମ କାରଣରୁ ଓଡିଶା ଜଳ ବିଦ୍ୟୁତ କରପୋରେସନ ପକ୍ଷରୁ ରେଙ୍ଗାଳୀ ଡାକ୍ତରଖାନାର ଉର୍ନତିକରଣ ଓ ଥଣ୍ଡା ପାନୀୟଜଳ ପାଇଁ ୨୮ଲକ୍ଷ ଟଙ୍କା ବରାଦ ହୋଇଛି, ସୋମବାର ସ୍ୱସ୍ଥ୍ୟ ମନ୍ତୀଙ୍କୁ ଭେଟି ଏସମ୍ପର୍କରେ ଅବଗତ କରାଇ ଏହାକୁ ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିନିଧି ଦଳ ଆଲୋଚନା କରିଥିଲେ, ଖୁବଶୀଘ୍ର ଏହାର ନିଷ୍ପତି ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତୀ ପ୍ରକାଶ କରିଥିଲେ.ଏହି ମର୍ମରେ ସମସ୍ତ ତଥ୍ୟ ଦେବାପାଇଁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ, ପ୍ରତିନିଧି ମଣ୍ଡଳୀରେ ବିଧାୟକଙ୍କ ସମେତ ରେଙ୍ଗାଳିର ଶତ୍ରୁଘନ ପ୍ରଧାନ, ଅକ୍ଷୟ ସାହୁ, ତରୁଣ ସାହୁ ସଞ୍ଜୟ ସାହୁ ପ୍ରମୁଖ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ l
Recent Comments