ଗୁଣପୁର/୨୪।୯/୨୦୨୫/(ଆଧାର ମିଡ଼ିଆ)-ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖାନମ୍ବର ୧ ଓ ୨ ଦ୍ୱାରା ଜାତୀୟ ସେବା ଯୋଜନା ଦିବସ ଅବସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଗୁଣପୁର ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରକୁ ପ୍ରାକାନ୍ତ ଅଧ୍ୟକ୍ଷ ତଥା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶଶୀଭୂଷଣ ମହାନ୍ତି ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ବି. ଶ୍ରୀହରି ପଟ୍ଟନାୟକ ଉଦ୍ ଘାଟନ କରିଥିଲେ ।ଏହି ଶିବିରରେ ୨୫ ୟୁନିଟରକ୍ତ ସଂଗ୍ରହ କରାଯାଇଛି । କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତି ରଂଜୁମା ପ୍ରଧାନ ଓ ଲକ୍ଷଣ ଶବରଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଦେବି ପ୍ରସାଦ ରାଉତ,ଦଣ୍ଡପାଣି ଭୁୟାଁ ଓ ଲକ୍ଷଣ ଶବର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵେଛାସେବିଙ୍କୁ ଉତ୍ସାହିତ କରିବା ସହ ନିଜେ ରକ୍ତଦାନ କରିଥିଲେ ।ସ୍ୱେଛାସେବିଙ୍କ ଏହି ମହତ କାର୍ଯ୍ୟପାଇଁ ଅଧକ୍ଷ୍ୟ ଭୂଯୁସି ପ୍ରଶଂସI କରିଥିଲେ । ସ୍ଵେଛାସେବି ଛାତ୍ର ଓ ଛାତ୍ରୀ ଯଥା ସୁଶ୍ରୀ ସ। ରଳାଦେବି ପ୍ରଧାନ,ଯସ୍କିନ ପ୍ରୀୟଦର୍ଶନି ସିୟା,କେ.ଗୌତମି ,ସୁମିତ୍ରI ବେହେର। ଓ ଶିବ ଭବାନି ଦାଶ,ମୁନା ପାଲକା,ତାରିଣି ବେହେରା,ଡି.ମଣିକଣ୍ଟା ଭବାନିଶଙ୍କର ବାଉରି ଓ ଅନ୍ୟମାନେ ରକ୍ତଦାନ କରିଥିଲେ ।
Recent Comments