ପୁରୀ/୨୫/୦୯/୨୦୨୫/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନରେ ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ହୋଟେଲ ଜମିଦାର ପ୍ୟାଲେସ୍, ପୁରୀ ପରିସରରେ ପୁରୀ,ଖୋଦ୍ଧା,ନୟାଗଡ଼ ଜିଲ୍ଲାର ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟ ଭିତ୍ତୀକ ନେତୃତ୍ବକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ.ଏଲ୍.ୟୁ.ଓର ପ୍ରକଳ୍ପ ପ୍ରବନ୍ଧକ ରାଜକିଶୋର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏଥିରେ ଉପ ନିବନ୍ଧକ ପୁରୀ ଶ୍ରୀଯୁକ୍ତ ତପନକୁମାର ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁରୀ ଶ୍ରୀମତୀ ତନୁପ୍ରଭା ବେଉରା, ସାମନ୍ତି ଚନ୍ଦ୍ରଶେଖର ସ୍ଵଂୟ ଶାସିତ ମହାବିଦ୍ୟାଳୟ,ପୁରୀ ସହଯୋଗୀ ପ୍ରଫେସର୍ ଡକ୍ଟର ବିଜୟ କୁମାର ସାହୁ,ପୋଲିସ୍ ବିଭାଗ,ପୁରୀ ଡି ଏସପି ଶ୍ରୀମତୀ ତିଳୋତ୍ତମା ରାଉତ ଓ ନୟାଗଡ ପୋଲିସ୍ ଜିଲ୍ଲାର ଆଇ ଆଇ ସି ଶ୍ରୀମତୀ କୁନାମଣୀ ଦେଇ ଏବଂ ମହିଳାଙ୍କ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ମହାସଂଘ ( ସଂୟ ସହାୟକ ଗୋଷ୍ଠୀ)ର ସଭାପତି, ସମ୍ପାଦିକା, ସରପଞ୍ଚ, ଅଙ୍ଗନୱାଡ଼ି ଦିଦି,ପରିବାର ପରାମର୍ଶ କେନ୍ଦ୍ର ସଂଯୋଜକ,ସଂଯୋଜିକା,ଜେଣ୍ଡର ସଂଯୋଜିକା,ମ୍ୟୁନିସିପାଲଟି ଗୋଷ୍ଠି ସଂଯୋଜିକା,ଏନଜିଓର ପ୍ରବନ୍ଧକ, ପ୍ରେରଣା ଦିଦି, ସମାଜ ସେବକ, ମନ୍ଦିର ପୂଜକ ପ୍ରମୁଖ ଯୋଗଦେଇ ସେମାନେ ନିଜେ ନିଜର ମତ ଉପସ୍ଥାପନ ରଖୁଥିଲେ । ପାରିବାରିକ ହିଂସା ୨୦୦୫ ଓ ଯୌତୁକ ନିରୋଧ ଆଇନ ୧୯୬୧, ବିଷୟରେ ବିଷୟରେ ସବିଶେଷ ଧାରଣ ଦେବା ସହ ମହିଳା ସାକ୍ଷରତା, ସଶକ୍ତିକରଣ ଓ ସଚେତନତା ହିଁ ପରିବର୍ତ୍ତନ ଆଣିପାରିବ ବୋଲି ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ମହିଳା ହିଂସାକୁ ରୋକିବାରେ ସହାୟତା ବଢାଇ ଥିବା ସମ୍ପ୍ରଦାୟମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।ମହିଳା ଆଇନ୍ ସମ୍ବନ୍ଧରେ ମହିଳାମାନେ ସଚେତନ ହେବା କେତେ ଜରୁରୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଗବେଷଣାର ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ମୁଖ୍ୟ ଅତିଥ୍ ନିଜର ମତବ୍ୟକ୍ତି ରଖୁଥିଲେ । ବିଭିନ୍ନ ସୁରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ସମସ୍ତଙ୍କର ଗୁରୁ ଦାୟିତ୍ୱ ଏବଂ ଏକ ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ ଦେଇଥିଲେ ।
ନାରୀ ନିଜର ସୁରକ୍ଷା ପାଇଁ ନିଜେ ସଚେତନ ନହେଲେ ସମାଜ ଠିକ୍ ଭାବରେ ଚାଲିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ। ମହିଳାଙ୍କ ପାଇଁ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭର ଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମାନପତ୍ର ଅତିଥି ମାନଙ୍କ ଦ୍ବାରା ସମ୍ବନ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏନ.ଏଲ୍.ୟୁ.ଓର ପ୍ରକଳ୍ପ ପ୍ରବନ୍ଧକ ସୁଧାଂଶୁ ଭୂଷଣ ମହାରଣା,ରାଜ କିଶୋର ପଣ୍ଡା,ବିବରଣୀ ଲେଖକ ଶ୍ରୀଯୁକ୍ତ ଶଶିଭୂଷଣ ଦତ୍ତ ପରିଚାଳନା କରିଥିଲେ ।
Recent Comments