logo
add image
ଆଇନ ସଚେତନତା ଶିବିର ।

ଆଇନ ସଚେତନତା ଶିବିର ।

ପୁରୀ/୨୫/୯/୨୦୨୫/( ଆଧାର ମିଡ଼ିଆ)-ପୁରୀଜିଲ୍ଲା ଆଇନସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୨୫.୯.୨୦୨୫ ରିଖରେ ପୁରୀ ଓମେନସ କଲେଜ, ନରେନ୍ଦ୍ରକୋଣ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯକ୍ରମକୁ ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ପରିଚାଳନା କରି ନିଜ ବକ୍ତବ୍ୟରେ ଏବଂ ପୋକସୋ ଆଇନ ଓ ପୀଡ଼ିତା କ୍ଷତିପୂରଣ ଯୋଜନା ଅଧୁନିୟମ-୨୦୧୮ ଅନୁଯାୟୀ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ଅପରାଧ ସମ୍ୱନ୍ଧୀୟ ନିୟମ ସମ୍ପର୍କିତ ଆଲୋଚନା କରିବା ସହ ଆଇନସେବା ପ୍ରାଧିକରଣ ଅଧୁନିୟମ ୧୯୮୭ରେ ଥିବା ବିଭିର୍ନ ବିଧବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ନିଶୁଳ୍କ ଆଇନସେବା ଯୋଗ୍ୟ ହିତାଧୁକାରୀ, ଲୋକ ଅଦାଲତ,ମଧ୍ୟସ୍ଥତା କେନ୍ଦ୍ର,ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କିଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ଓ ବାଲ୍ୟବିବାହର ପ୍ରଭାବ ଓ ପ୍ରତିକାର ସମ୍ପର୍କିତ ବିଭିର୍ନ ଆଇନ ବିଷୟରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯକ୍ରମରେ ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ପୁରୀ ଓମେନସ କଲେଜ ର ପ୍ରିନସିପାଲ ଏବଂ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଇନସେବା ପ୍ରାକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାରି ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାକାରଣର କର୍ମଚାରୀମାନେ ସହଯୋଗ କରିଥିଲେ I

Recent Comments

Leave Comments

Top