ଖୋର୍ଦ୍ଧା/୨୫/୦୯/୨୦୨୫/ଆଧାର ମିଡ଼ିଆ//ରିପୋର୍ଟ-ସନ୍ନକୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ସୁରଜ୍ ପାଥୋଲୋଜି ଲ୍ୟାବରେ ଇଲିୟାସ ଖାଁଙ୍କ ଭୁଲ ଇଞ୍ଜେକସନରେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ କଳାଙ୍ଗ ଗ୍ରାମ ପଞ୍ଚାୟତ ଦିବ୍ୟସିଂହପୁରୁ ( ମାଳିସାହି) ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ସାନପୁଅ ବିଷ୍ଣୁ ପ୍ରସାଦ ମହାପାତ୍ର (୧୯) ବର୍ଷଙ୍କର ଥଣ୍ତା ଜ୍ୱରପାଇଁ ମଙ୍ଗଳବାର ସକାଳୁ ନିକଟସ୍ଥ ବୋଲଗଡ଼ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ବଡଭାଇ ଶିଶିର କୁମାର ମହାପାତ୍ରଙ୍କ ସହିତ ଚିକିତ୍ସା ନିମନ୍ତେ ଆସିଥିଲେ। ବୋଲଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ସୁରଜ୍ ପାଥୋଲୋଜି ଲ୍ୟାବର ମାଲିକ ଇଲିୟାସ ଖାଁ ରକ୍ତ ନମୁନା ପରୀକ୍ଷା କରାଇଥିଲେ।
ସେଥିରେ ତାଙ୍କର ଟାଇଫଏଡ ହୋଇଥିବା ନେଇ ଜୈନିକ ପାଥଲ୍ୟାବର ମାଲିକ ଶ୍ରୀ ଖାଁ ଜଣାଇଥିଲେ ଓ ପରାମର୍ଶ ଦେଇଥିଲେ କହିଥିଲେ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ ମୁଁ ଔଷଧ ଓ ଇଞ୍ଜେକସନ ଦେଇଦେଉଛି ଖୁବଶିଘ୍ର ଭଲ ହୋଇଯିବ। ଏହାପରେ ଇଲିୟାଶ ନିଜର ଥିବା ସୁରଜ୍ ମେଡିସିନ ଦୋକାନରୁ ଇଞ୍ଜେକସନ ଆଣି ବିଷ୍ଣୁ ପ୍ରସାଦକୁ ନିଜେ ଦେଇଥିଲେ । ମାତ୍ର ୫ମିନିଟ ଭିତରେ ମୁଣ୍ଡ ବୁଲେଇ ହେବା ସହିତ ବାନ୍ତି କରିଥିଲେ ଓ ଚେୟାର ଉପରୁ ତଳକୁ ଗଡିପଡିଲେ । କିଛି ହେବନାହିଁ କହି ବିଷ୍ଣୁ ମୁହଁକୁ ପାଣି ସ୍ପ୍ରେ କରିଥିଲେ ଇଲିୟାଶ। ଏହାଦେଖି ବଡ଼ଭାଇ ବିଷ୍ଣୁ ପ୍ରସାଦଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଦାୟିତ୍ୱରେ ଥିବା ଡ଼ାକ୍ତର ଗୁରୁତର ହୋଇଛି ଯଥାଶୀଘ୍ର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଅ କହି ରେଫର କରିଦେଲେ ।
ଏନେଇ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଡ଼ାକ୍ତର ବିଷ୍ଣୁ ପ୍ରସଦର ମୃତ୍ୟୁ ଜାଣିବା ପରେ ମଧ୍ୟ ପୋଷ୍ଟ ମଟମ ନକରି କିଭଳି ମୃତ ଦେହକୁ ଡ଼ାକ୍ତରଖାନା ପରିସରରୁ ଛାଡ଼ିଲେ ତାହାନେଇ ସନ୍ଦେହ ଉପୁଜିଛି । ଏପରିକି ବୋଲଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଖୋର୍ଦ୍ଧା ଜିଲ୍ଲାକୁ ରେଫର କରିବା ପରିବର୍ତ୍ତେ କିପରି ନୟାଗଡ଼ ଜିଲ୍ଲାକୁ ପଠାଇଲେ ତାହା ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ମୃତ ବିଷ୍ଣୁ ପ୍ରସାଦଙ୍କ ବାପା ବୁଧବାର ଗ୍ରାମବାସୀ ମାନଙ୍କ ସହିତ ଆସି ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ କୌଣସି ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ । ଖବର ଲେଖା ହେବାପର୍ଯ୍ୟନ୍ତ୍ ଏହି ଘଟଣା ଘଟାଇଥିବା ସୁରଜ୍ ପାଥୋଲୋଜି ଲ୍ୟାବର ମାଲିକ ଇଲିୟାସ ଖାଁକୁ ମଧ୍ୟ ତଦନ୍ତ ପରିସରକୁ ଆସିନଥିବା ଜାଣିବାକୁ ମିଳିଛି ।
ଏପରି ଏକ ସମ୍ବେଦନଶୀଳ ଘଟଣା ଚପାଇ ଦେବାପାଇଁ ମସୁଧା ଚାଲିଛି । ତେବେ ବୋଲଗଡ଼ ଅଞ୍ଚଳର ବହୁ ପାଥୋଲୋଜି ଲ୍ୟାବ ,ଔଷଧ ଦୋକାନ ଓ ରୋଗୀ ସେବାସଂସ୍ଥା ବିନା ଲାଇସେନ୍ସରେ ବେଧଡକ ଭାବେ ଖୁଲୁମ୍ ଖୋଲା ଚଳାଇଛନ୍ତି ତାହା ଉପରେ କୌଣସି ପ୍ରସାଶନିକ ଅଧିକାରୀଙ୍କ ଲଗାମ ନାହିଁ । ଏଥିପାଇଁ ମନଇଚ୍ଛା ସ୍ବାସ୍ଥ୍ୟସେବା କ୍ଷତ୍ରରେ ଅଭିଜ୍ଞତା ନଥାଇ ମଧ୍ୟ ରୋଗୀସେବା ନିର୍ଭୟରେ ଚଳାଇ ରୋଗୀ ମାନଙ୍କ ଜୀବନସହ ଖେଳୁଛନ୍ତି । ସେଥିପାଇଁ ଅକାଳରେ ଚାଲିଯାଉଛି ଅମୂଲ୍ୟ ଜୀବନ । ସେହିପରି ଅଭିଜ୍ଞତା ନଥାଇ ଗାଁ ଗାଁରେ ଖୋଲିଛନ୍ତି ଔଷଧ ଦୋକାନ ସେଥିରେ ସାଜିଛନ୍ତି ନକଲି ଡ଼ାକ୍ତର । ଏପରିକି କିଛି ବ୍ୟକ୍ତି ଘରେ ଘରେ ବୁଲି ଚଳାଇଛନ୍ତି ରୋଗୀ ସେବା ।
ଏସବୁକୁ ଜାଣି ଚୁପ୍ ରହୁଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ।ପ୍ରାଥମିକ ସ୍ତରରେ ସଠିକ ରୋଗଚିହ୍ନଟ ନହୋଇ ଚିକିତ୍ସାରେ ଅବହେଳାରେ ଗୁରୁତର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ସାଧାରଣ ଲୋକ। ବୋଲଗଡ଼ ଅଞ୍ଚଳରୁ ତୁରନ୍ତ ରୋଗୀସେବା ନାମରେ ନକଲି ଡ଼ାକ୍ତର ବିନା ଲାଇସେନ୍ସ ଔଷଧ ବ୍ୟବସାୟୀ ,ବିନା ଲାଇସେନ୍ସରେ ପାଥୋଲୋଜି ଲ୍ୟାବ ଓ କ୍ଲିନିକ୍ ଗୁଡ଼ିକ ବିରୋଧରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ୍ ପ୍ରଶାସନ ଓ ଏହାର ତଦନ୍ତକାରି ସଂସ୍ଥା ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆଇନ ଅନୁଯାଇ ଦଣ୍ଡବିଧାନ କରି ଅଞ୍ଚଳରେ ଚାଲିଥିବା ନକଲି ଡାକ୍ତରଙ୍କ ରୋଗୀ ସେବା ଚିକିତ୍ସା କେନ୍ଦ୍ରକୁ ବନ୍ଦ କରିବାକୁ ଦୃଢ ଦାବି କରାଯାଇଛି । ଏହାକୁ ରାଜ୍ୟ ଓ କେନ୍ଦ୍ର ସରକାର ବିଚାର କରି ତୁରନ୍ତ ପଦକ୍ଷକ ନେବା ପାଇଁ ବୋଲଗଡ଼ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି।
Recent Comments