ବୌଦ୍ଧ/।୨୮/୦୯/୨୦୨୫/(ଆଧାର ମିଡ଼ିଆ)-(ରବିବାର) ଦିନ ୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାମୁଖ୍ୟ ପ୍ରାଣୀସମ୍ପଦ ବିଭାଗ ଆୟୋଜନ କ୍ରମେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ମାନବ ସମାଜ ସହିତ ପ୍ରାଣୀ ସମ୍ପଦଙ୍କୁ ମଧ୍ୟ ଜଳାତଙ୍କ ରୋଗରୁ ବଂଚେଇବା କହିଥିଲେ l ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଅତିରିକ୍ତ ଜିଲ୍ଲାମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା ଅଭିମନ୍ୟୁ ରାଉତ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ନଳିନକାନ୍ତ ଦାସ ଯୋଗଦେଇ ଜଳାତଙ୍କ ରୋଗରୁ ରକ୍ଷା ପାଇବା ପାଇଁ ସ୍କୁଲ, କଲେଜ ସହିତ ବିଭିନ୍ନ ଅନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ l
ଉପ ନିର୍ଦ୍ଦେଶକ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଡା ଶୁଭେନ୍ଦୁ ଶେଖର ସାହୁ ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ତପନ କୁମାର ଦ୍ବିବେଦୀ ପାୱାର ପଏଣ୍ଟ ମାଧ୍ୟମରେ ଜଳାତଙ୍କ ରୋଗ ବିଲୁଆ,ଗଧିଆ,କୁକୁର,ନେଉଳ,ବାଦୁଡ଼ି ପ୍ରଭୁତି ପ୍ରାଣୀଙ୍କୁ ସଂକ୍ରମଣ କରୁଥିବା ଏକ ଭୁତାଣୁ ଜନିତ ରୋଗବୋଲି କହିଥିଲେ l ତତସହିତ ସଂକ୍ରମିତ ପ୍ରାଣୀ ଅନ୍ୟ ପ୍ରାଣୀ ବା ମନୁଷ୍ୟକୁ କାମୁଡ଼ିଲେ କିମ୍ବା ଅନ୍ୟପ୍ରାଣୀ ବା ମନୁଷ୍ୟ ସଂକ୍ରମିତ ପ୍ରାଣୀର ଲାଳ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ l ଅନ୍ୟତମ ପରାମର୍ଶ ଦାତା ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡା କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଏହି ରୋଗର ଲକ୍ଷଣ ଜାଣିବା ଓ ଏଥିରୁ ରକ୍ଷା ପାଇବାପାଇଁ ପ୍ରତିଷେଧକ ଟୀକା କରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରlଣୀ ଚିକିତ୍ସକ, ପ୍ରାଣୀ ନିରୀକ୍ଷକ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠିତ ପ୍ରତିନିଧି ଯୋଗଦେଇ ଅଂଶ ଗ୍ରହଣ କରିଥିଲେ l
Recent Comments