logo
add image
ସିଂହବାହିନୀ ଭଜନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ୧୫ରୁ ଅଧିକ ବରିଷ୍ଠ ସେବାୟତ

ସିଂହବାହିନୀ ଭଜନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ୧୫ରୁ ଅଧିକ ବରିଷ୍ଠ ସେବାୟତ

କାକଟପୁର/୩୦ /୯ /୨୦୨୫/(ଆଧାର ମିଡ଼ିଆ)-ଶାରଦୀୟ ପାର୍ବଣପାଇଁ ପୁରୀଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇପଡିଛି l ସୋମବାର ମାଙ୍କର ପବିତ୍ର ମହାଷ୍ଟମୀ ତିଥିରେ ମହିଷା ମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳା ମନ୍ଦିର ପରିସରରେ କାକଟପୁର ସାମାଜିକ ଓ ସାଂସ୍କୃତିକ ବିକାଶ ପରିଷଦ ପକ୍ଷରୁ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାୟକ ଓ ଗାୟିକାଙ୍କ ଦ୍ୱାରା ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପ୍ରରିପେକ୍ଷୀରେ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମା ମଙ୍ଗଳା ସେବାୟତ ନିଯୋଗର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l
ଚଳିତବର୍ଷ ଠାରୁ ପ୍ରତ୍ୟେକବର୍ଷ ମହାଷ୍ଟମୀ ଦିନ ଉକ୍ତ କାର୍ଯ୍ୟକ୍ରମକୁ ଆହୁରି ରୁଚିମନ୍ତ କରାଯିବା ସହିତ ପରିଷଦ ପକ୍ଷରୁ ୫ ହଜାର ଭକ୍ତଙ୍କ ପାଇଁ ନିଃଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଞ୍ଚରେ ଘୋଷଣା କରିଥିଲେ lଉକ୍ତ ଟ୍ରଷ୍ଟରେ କାକଟପୁର ଅଞ୍ଚଳର ସମସ୍ତ ଯୁବଗୋଷ୍ଠୀ ମାନଙ୍କୁ ସାମିଲ କରାଯିବା ସହିତ ଏହା କାକଟପୁରରେ ଏକ ଜନ ଆନ୍ଦୋଳନ ସୃଷ୍ଟିକରିବ ବୋଲି ପରିଷଦର ସମ୍ପାଦକ ତଥା କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ପ୍ରକାଶ କରିଥିଲେ l ସେବାୟତ ନିଯୋଗର ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର ମୋହନ ଦୀକ୍ଷିତ, ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ମାନସ କୁମାର ଦୀକ୍ଷିତ,ପ୍ରଦୀପ କୁମାର ପଣ୍ଡା,ମିତୁ ରଞ୍ଜନ ଦୀକ୍ଷିତଙ୍କ ସମେତ ୧୫ରୁ ଉର୍ଦ୍ଧ ସେବାୟତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଷଦର ଉପସଭାପତି ସୂର୍ଯ୍ୟକାନ୍ତ ନାୟକ,ସରୋଜ ସାମଲ,କୋଷାଧକ୍ଷ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ, ଆଗାମୀ ବର୍ଷ ପାଇଁ ଦୁଇମାସ ଆଗରୁ ପ୍ରସ୍ତୁତି ବୈଠକ ବସି ଅନ୍ୟ ସବୁ ବିଷୟ ମାନ ନିଷ୍ପତି ନିଆ ଯିବା ସହିତ ବହୁ ଯୁବ ସେବାୟତଙ୍କୁ ଏହି କାର୍ଯାଧାରାରେ ସାମିଲ କରିବା ପାଇଁ ଟ୍ରଷ୍ଟ ତରଫରୁ ନିଷ୍ପତି ନିଆ ଯାଇଛି ବୋଲି କହିଛନ୍ତି ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ,ଏହି କାର୍ଯ୍ୟ ଧାରାକୁ ସେବାୟତ ମହଲରେ ସ୍ୱାଗତ କରାଯାଇଛି ବୋଲି ବରିଷ୍ଠ ସେବାୟତ ଶିବାଜୀ କୁମାର ପଣ୍ଡା,ପବିତ୍ର ମୋହନ ଦୀକ୍ଷିତ,ହରିହର ଦୀକ୍ଷିତ ପ୍ରକାଶ କରିଛନ୍ତି

Recent Comments

Leave Comments

Top