ସୋନପୁର/୦୧/୧୦//୨୦୨୫/(ଆଧାର ମିଡ଼ିଆ)-ମା ସୁରେଶ୍ଵରୀଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀଯଜ୍ଞ ମହୋତ୍ସବ ଆନୁକୁଲ୍ୟରେ ମା ସୁରେଶ୍ଵରୀଙ୍କ ଯଜ୍ଞପୀଠ ଆଗରେ ରାଜ୍ୟସ୍ତରୀୟ ପାରମ୍ପରିକ ଲୋକବାଦ୍ୟ ଗଣ୍ଡାବଜା ପ୍ରତିଯୋଗିତା ଓ ଜିଲ୍ଲା ସ୍ତରୀୟ ପାରମ୍ପରିକ ବାଡିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଦେବୋତ୍ତର କମିଟି ଓ ମାଙ୍କ ଯଜ୍ଞକମିଟି ପକ୍ଷରୁ ଆୟୋ ଜିତ ଏହି ଉତ୍ସବରେ ଆଠଗୋଟି ଦଳ ଭାଗ ନେଇଥିବା ବେଳେ ଗଣ୍ଡା ବଜାର ତିନୋଟି ଦଳକୁ ଓ ବାଡି ଖେଳର ତିନୋଟି ଦଳକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି l ଆଜି ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡ଼ିଶା ତଥା କଲିକତା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ,ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ,ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଯୋଗଦେଇ ବିଲୁପ୍ତ ପ୍ରାୟ ପ୍ରାଚୀନ ଲୋକବାଦ୍ୟ ଲୋକ କଳାକୁ ପୁନରୁଦ୍ଧାର କରିବା ପ୍ରୟାସ ଏହା ହିଁ ଏକ ମାଧ୍ୟମ ବୋଲି କହିଥିଲେ l
ବାଡି ଖେଳରେ ମଧୁପୁର ମା ସମଲେଶ୍ଵରୀ ଦଳ ପ୍ରଥମ, ନୂଆଗଡ ମା ମାହେଶ୍ୱରୀ ଦଳ ଦ୍ଵିତୀୟ ଓ ଷଣ୍ଢl ମା ମାହେଶ୍ୱରୀ ଦଳ ତୃତୀୟ ସ୍ଥାନରେ ବିଜେତା ହୋଇଥିଲେ l ଗଣ୍ଡା ବଜାରେ ମେଣ୍ଢାମାଳ ବଜନିଆ ଦଳ ପ୍ରଥମ, ବଡ଼ ଝିଙ୍କିଦଳ ଦ୍ଵିତୀୟ ଓ କାନ ପୁର ବଜନିଆ ଦଳ ତୃତୀୟସ୍ଥାନ ଅଧିକାର କରିଛନ୍ତି l ଏହି କୃତି ପ୍ରତିଯୋଗୀ ଦଳମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ l ଯଜ୍ଞ କମିଟିର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ଜ୍ୟୋତି ରଞ୍ଜନ ପଟ୍ଟନାୟକ ନରୋ ଦେବ ଭୋଇ ମଞ୍ଚାସିନ ଥିଲେ l ଆଜିର ଏଇ ବାଡିଖେଳ ପଞ୍ଚବାଦ୍ୟକୁ ଶହ ଶହ ଭକ୍ତ ଉପଭୋଗ କରିଥିଲେ l ଲୋକ କଳା ଗବେଷକ ଚୌଧିରି ବିଭାର ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଅତିଥି ପରିଚୟ କରିଥିଲେ l ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ l
Recent Comments