ବାଲିଗୁଡା/୦୨/୧୦/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଦୀପଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରି ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମନିର୍ଭରଶୀଳତା ଓ ଅହିଂସା ଗାଥା ସମ୍ପର୍କରେ ମତ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ପ୍ରଧାନ,ତୀର୍ଥବାସୀ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
ଏହି ଅବସରରେ ଟାଉନର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଭଳି ବିଭିନ୍ନ ଅନୁଷ୍ଠାନରେ ଦୁଇ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ପାଳନ ହେବା ସହ ଉପସ୍ଥିତ ଅତିଥି ମାନେ ଅହିଂସାର ପ୍ରତୀକ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଅହିଂସା ପଥ ଅନୁକରଣ କରି ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିଲେ l ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପଥ ଆପଣାଇଥିଲେ । ସେପଟେ ଶାସ୍ତ୍ରୀ ପିଲାଟି ଦିନରୁ ଶାନ୍ତ ଓ ସରଳ ସ୍ୱଭାବର ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବାପରେ ଜବାହାରଲାଲ ନେହୁରଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ଶାସ୍ତ୍ରୀଜୀପ୍ରଧାନମନ୍ତ୍ରୀ ଥିବା ବେଳେ ପାକିସ୍ତାନ ସହ ଯୁଦ୍ଧଲଢି ନିଜର ପରାକ୍ରମ ଦେଖାଇ ପାରିଥିଲା ଭାରତ । ତାଙ୍କର ସ୍ଲୋଗାନ ‘ଜୟଯବାନ ଏବଂ ଜୟକିଶାନ’ ଦେଶପାଇଁ ଅମର ହୋଇ ରହିଛି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
Recent Comments