ଭୁବନେଶ୍ଵର/୫/୧୦/୨୦୨୫/(ଆଧାର ମିଡ଼ିଆ)-ସମ୍ପ୍ରତି କଟକରେ ଦୁର୍ଗା ପୂଜା ବିସର୍ଜନ ଶୋଭାଯାତ୍ରା ସମୟରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ମରଣାନ୍ତକ ଜେହାଦୀ ଆକ୍ରମଣକୁ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ତୀବ୍ର ନିନ୍ଦା କରିଛି । ଏହି ଅପରାଧିମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆନୁଷ୍ଠାନିକ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ଆଗମୀ କାଲି ୬ ଅକ୍ଟୋବର ସୋମବାର ଦିନ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଆହୁତ ‘କଟକ ବନ୍ଦ’ ଆହ୍ୱାନକୁ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପୂର୍ଣ୍ଣ ସମର୍ଥନ ଜଣାଇଛି । ସଂଗଠନର ପ୍ରଦେଶ ଅଧ୍ୟକ୍ଷା ଡ଼.ସୁନୀତି ମୁଣ୍ଡ କହିଛନ୍ତି ଯେ “ହିନ୍ଦୁ ସମାଜ ଆଉ ନିରବ ରହିବ ନାହିଁ । ଆସନ୍ତା କାଲିର ବନ୍ଦ ଶାନ୍ତିପୂର୍ଣ୍ଣ ହେବା ସହିତ ଏକ ଦୃଢ଼ ସନ୍ଦେଶ ଦେବ ଯେ ହିନ୍ଦୁ ସଂସ୍କୃତି ଓ ଆସ୍ଥା ଉପରେ ଆକ୍ରମଣ ସହିତ ହିନ୍ଦୁଙ୍କ ଉପରେ ଆକ୍ରମଣ ସହ୍ୟ କରାଯିବ ନାହିଁ ।”
କଟକ ଜିଲ୍ଲା ସଭାପତି ଶ୍ରୀ ହିମାଂଶୁ ଶେଖର ବିଶ୍ଵାଳ ସମସ୍ତ ହିନ୍ଦୁ ସଂଗଠନ, ମନ୍ଦିର ପରିଚାଳନା ସମିତି, ଯୁବ ଓ ସାଧୁସନ୍ତ ମାନ ଙ୍କୁ ଏହି ପ୍ରସଙ୍ଗରେ ଏକତାର ସହିତ ଆଗକୁ ଆସିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି “ଏହି ସଂଘର୍ଷ କେବଳ କଟକର ନୁହେଁ, ଏହା ସମଗ୍ର ହିନ୍ଦୁସମାଜର ସୁରକ୍ଷା ଓ ସମ୍ମାନର ପ୍ରସଙ୍ଗ ।” ଏଣୁ ପ୍ରତ୍ୟେକ ହିନ୍ଦୁ ସଙ୍ଗଠନ ଏଥିରେ ସ୍ଵତଃସ୍ପୂର୍ତ୍ତ ଭାବରେ ଆଗକୁ ଆସିବା ଆବଶ୍ୟକ ।ଏହା ସମୟର ଆବଶ୍ୟକତା ଓ ଆହ୍ୱାନ ମଧ୍ୟ । ଓଡ଼ିଶାଭଳି ଏକ ଶାନ୍ତିପ୍ରିୟ ହିନ୍ଦୁ ରାଜ୍ୟରେ
ଯଦି ଏଭଳି ଅଘଟଣ ଘଟିଯାଉଛି ତେବେ ଆମକୁ ଆଜିଠାରୁ ସତର୍କ ରହିବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ହେବ ବୋଲି ସେ କହିଛନ୍ତି । ରାଜ୍ୟର ସମସ୍ତ ସଚେତନ ନାଗରିକ ଅବଶ୍ୟ ଏହି ପ୍ରସଙ୍ଗରେ ଆମକୁ ସହଯୋଗ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଡ଼. ସୁନୀତି ମୁଣ୍ଡ୍
ପ୍ରଦେଶ ଅଧ୍ୟକ୍ଷା, ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ,(ଓଡ଼ିଶା)
ମୋ : 97783 11533
Recent Comments