ନୂଆପଡା/୦୭/୧୦/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ)-ଭାରତ ନିର୍ବାଚନ କମିଶନ୍ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମ୍ବନ୍ଧରେ ଜିଲ୍ଲାର ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ନିର୍ଦ୍ଦେଶରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜନ ହୋଇଥିଲା lଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଅତିରିକ୍ତ ଜିଲ୍ଲା ପାଳ ସୁବାଷଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ,ଉପ ଜିଲ୍ଲାପାଳ ସୁର୍ମି ସୋରେନ୍,ତହସିଲଦାର ପ୍ରଣବରଞ୍ଜନ ସାହୁ ,ଡି ସି ନିର୍ବାଚନ ଶେଖ୍ ନସିମ୍, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଗେଜେଟ୍ ନୋଟିଫିକେଶନ ୧୩ ଅକ୍ଟୋବରରେ ହେବ l ଏ ମାସରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୦ ନାମାଙ୍କନ ସ୍କୃଟିନୀ ୨୨ ତାରିଖ, ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୪ ଅଛି l
ନିର୍ବାଚନ ୧୧ ନଭେମ୍ବର ଏଵଂ ଗଣତି ୧୪ ନଭେମ୍ବର ତାରିଖରେ ହେବ l ନିର୍ବାଚନ ଘୋଷଣା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାର ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳ ସୂଚନା ଦେଇଥିଲେ l ମତଦାନ ଦିନ ସକାଳ ୭ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏବଂ ସଂବେଦନଶୀଳ ବୁଥ ମାନଙ୍କରେ ଅପରାହ୍ନ ୪ଟା ଯାଏଁ ମତଦାନ ହେବ l ଡେପୁଟି କଲେକ୍ଟର ନସିମ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ସମସ୍ତ ଗାଡ଼ି ମଟର ,ଟେଣ୍ଟ,ବେନର,ପ୍ରଚାର ସାମଗ୍ରୀ,ଖାଦ୍ୟ ପେୟ ଇତ୍ୟାଦିର ମୁଲ୍ୟ ନିର୍ଦ୍ଧାରଣ ଉପରେ ସୂଚନା ଦେଇଥିଲେ l ଜିଲ୍ଲାପାଳ କହିଲେ ଯେ ନିର୍ବାଚନ ପ୍ରଚାରରେ ଡିଜେ ଗାଡ଼ି ବ୍ୟବହାର ହେବ ନାହିଁ l ଅନ୍ୟ ସମସ୍ତ ଡ଼ାକବାଜି ଯନ୍ତ୍ର ଶବ୍ଦପ୍ରଦୂଷଣ ସୀମା ମଧ୍ୟରେ ରହିବ l
ନୂଆପଡା ଜିଲ୍ଲା ପ୍ଲାଷ୍ଟିକମୁକ୍ତ ଜିଲ୍ଲା ହିସାବରେ ଘୋଷିତ ହୋଇଥିବାରୁ ପ୍ରଚାର ସାମଗ୍ରୀ ସବୁ କନାରେ କିମ୍ବା ପଚନଶିଳ ବସ୍ତୁରେ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l ରାତି ୧୦ ଟାରୁ ସକାଳ ୦୬ ଟା ପର୍ଯ୍ୟନ୍ତ ସମସ୍ତ ପ୍ରଚାର ପ୍ରସାର ସଭା ବନ୍ଦରହିବ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଲେ ଯେ ସମଗ୍ର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ,ସ୍ଵାଧୀନ ଓ ନିରପେକ୍ଷ ଭାବରେ ନିର୍ବାଚନ ହେବା ପାଇଁ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ l ଆଦର୍ଶ ଆଚରଣ ବିଧି ସମଗ୍ର ଜିଲ୍ଲାରେ କଡାକଡି ଭାବରେ ଲଗୁହେବ l ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଶତ ପ୍ରତିଶତ ମତଦାନ ସୁନିଶ୍ଚିତ କରିବା ପାଇଁ ସେ ସମସ୍ତ ରାଜନୈତିକ ଦଳ ମାନଙ୍କ ସହଯୋଗ କାମନା କରିଥିଲେ l ବୈଠକରେ ଜିଲ୍ଲା ବିଜେପି ସଭାପତି କମଲେଶ କୁମାର୍ ଦୀକ୍ଷିତ,ଆଇଏନସିରୁ ଦେବଦତ୍ତ ଦୀକ୍ଷିତ,ବିଜୁ ଜନତା ଦଳରୁ ରମାକାନ୍ତ ସିଂ କ୍ଷତ୍ରି ,ଆପରୁ ଲକ୍ଷ୍ମିକାନ୍ତ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ l
Recent Comments