ପୁରୀ/ ୮/୧୦/୨୦୨୫/(ଆଧାର ମିଡ଼ିଆ)-ଗତକାଲି ଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ।ଏକମାସ ଧରି ଚାଲିବାକୁ ଥିବା ଏହିବ୍ରତକୁ ଶୃଙ୍ଖଳିତ ଭାବେ ପାଳନପାଇଁ ପ୍ରଶାସନ ନିଷ୍ଠାପର ଭାବେ କାର୍ଯ୍ୟକରୁଛି।ପୂର୍ବରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତ ହବିଷ୍ୟାଳୀ କେନ୍ଦ୍ରଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ ସହ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ମାନଙ୍କୁ ସମସ୍ତ କାର୍ଯ୍ୟର ସୁ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଆଜି ଜିଲ୍ଲାପାଳ ଶ୍ରୀ ପରିଡା ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ର ମାନଙ୍କୁ ପରି ଦର୍ଶନ କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ବିଶେଷ କରି ପାନୀୟ ଜଳ,ସ୍ବଛତା,ପରିମଳ ବ୍ୟବସ୍ଥା ,ମନ୍ଦିର ଦର୍ଶନପାଇଁ ଗାଡିବ୍ୟବସ୍ଥା,ଶୃଙ୍ଖଳିତ ମନ୍ଦିରଦର୍ଶନ,ମହାପ୍ରସାଦ ସେବନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ।ପରେ ହବିଷ୍ୟାଳୀ ମା ମାନଙ୍କ ସହ ଜିଲ୍ଲାପାଳ ବାର୍ତ୍ତାଳାପ କରିଥିଲେ।ମା ମାନଙ୍କ ସଂପୃକ୍ତ କେନ୍ଦ୍ର ମାନଙ୍କରେ ରହଣୀ, ରହଣୀରେ ସୁବିଧା ଅସୁବିଧା,ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ ସମ୍ପର୍କରେ ପଚାରି ବୁଝିଥିଲେ।ହବିଷ୍ୟାଳୀ କେନ୍ଦ୍ରରେ ରହିବା,ବୃନ୍ଦାବତୀ ପୂଜାକରିବା,ମନ୍ଦିରଦର୍ଶନ କରିବା,ମହାପ୍ରସାଦ ସେବନ କରିବା,ଭଜନ,କୀର୍ତ୍ତନ,ପ୍ରବଚନ ଶୁଣିବା ବ୍ୟବସ୍ଥା ଅତ୍ୟନ୍ତ ସୁନ୍ଦର ହୋଇଛି ବୋଲି ମାମାନେ ଜିଲ୍ଲାପାଳଙ୍କୁ କହିଥିଲେ।ଏହାକୁ ଯେପରି ଆହୁରି ଅଧିକ ଶୃଙ୍ଖଳିତ କରାଯାଇ ପାରିବ ସେଥିପ୍ରତି ଯତ୍ନ ବାନ ହେବାକୁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ।
Recent Comments