logo
add image
ଆଇନଜୀବୀଙ୍କୁ ହତ୍ୟାଘଟଣା-ବୌଦ୍ଧରେ ଓକିଲ ସଂଘର କଲମଛାଡ ଆନ୍ଦୋଳନ

ଆଇନଜୀବୀଙ୍କୁ ହତ୍ୟାଘଟଣା-ବୌଦ୍ଧରେ ଓକିଲ ସଂଘର କଲମଛାଡ ଆନ୍ଦୋଳନ

ବୌଦ୍ଧ/୦୮/୧୦/୨୦୨୫/(ଆଧାର ମିଡ଼ିଆ)-ବ୍ରହ୍ମପୁର ଠାରେ ଆଇନଜୀବୀ ପିତବାସ ପଣ୍ଡାଙ୍କୁ ଗତ ସୋମବାର ଦିନ ରାତିରେ କିଛି ଦୁବୁର୍ତ୍ତ ଅତି ଅମାନୁଷିକ ଭାବେ ଗୁଳିମାରି ହତ୍ୟା କରିଥିବା ଘଟଣାକୁ ତୀବ୍ର ନିନ୍ଦା କରିବାସହିତ କଲମଛାଡ଼ ଆନ୍ଦୋଳନ କରିଛନ୍ତି ବୌଦ୍ଧ ଜିଲ୍ଲା ଓକିଲ ସଂଘ । ରାଜ୍ୟ ଆଇନ ପରିଷଦ ପକ୍ଷରୁ ଆଜି ସମସ୍ତ ଆଇନଜୀବୀ ମାନେ କଲମଛାଡ ଆନ୍ଦୋଳନ କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି । ଏନେଇ  ବୁଧବାର ଦିନ ବୌଦ୍ଧ ଜିଲା ଓକିଲ ସଂଘ ପରିସର ରେ ସଂଘର ଉପ-ସଭାପତି  ଶ୍ରୀବିଶ୍ୱଜିତ ମିଶ୍ରଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଆଇନଜୀବିଙ୍କ ହତ୍ୟା ଘଟଣାରେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବୀ କରିବା ସହ କଲମଛାଡ ଆନ୍ଦୋଳନ କରିଥିଲେ ।
ଓକିଲ ସଂଘର କଲମ ଛାଡ ଯୋଗୁଁ ଜିଲାରେ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା । ବୈଠକରେ  ସଂଘର ସମ୍ପାଦକଜ୍ଞାନରଞ୍ଜନ ପଟ୍ଟନାୟକ,ବରିଷ୍ଠ  ଆଇନଜିବୀ ନାରାୟଣ ପ୍ରସାଦ ପରିଜା,ସୁଧିର କୁମାର କର୍ଣ୍ଣ,ତାରେଣୀ କୁମାର ମହାପାତ୍ର,ଚିତ୍ତରଞନ ପାଣି ଗ୍ରାହୀ, ଯୋଗେଶ ପ୍ରସାଦ ନାୟକ, ପ୍ରଦେଶୀ ବେହେରା, ପୃଥ୍ୱିରାଜ ମେହେରଙ୍କ ସମେତ ସମସ୍ତ ଆଇନଜିବୀମାନେ ଉପସ୍ଥିତ ଥିଲେ । ସେହିପରି ହରଭଙ୍ଗା ଓକିଲ ସଂଘ ପରିସରରେ ମଧ୍ୟ ଏକ ଶୋକ ସଭା ଅନୁଷ୍ଠିତ ହେବା ସହ କଲମ ଛାଡ ଆନ୍ଦୋଳନ କରାଯାଇଥିଲା । ସଭାରେ ସଂଘର ସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ, ପ୍ରସନ୍ନ କୁମାର ପ୍ରଧାନ, ରବିଚନ୍ଦ୍ର ପ୍ରଧାନ ଓ ସମସ୍ତ ଆଇନଜିବୀ ମାନେ ଉପସ୍ଥିତ ଥିଲେ ।

Recent Comments

Leave Comments

Top