logo
add image
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମନ୍ଵୟ ବୈଠକ ଅନୁଷ୍ଠିତ l

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମନ୍ଵୟ ବୈଠକ ଅନୁଷ୍ଠିତ l

ନୂଆପଡା/୧୦/୧୦/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ)-ଭାରତ ନିର୍ବାଚନ କମିଶନ୍ ନୂଆପଡା  ବିଧାନ ସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି lଏହି ସମୟ ରେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ନୂଆପଡା ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍,ସମସ୍ତ ବିଡ଼ିଓ ଓ ତହସିଲଦାର.ଡେପୁଟୀ କଲେକ୍ଟର ନିର୍ବାଚନ ଶେଖ୍ ନସିମ୍, ସମସ୍ତ ପ୍ରଶାସନିକ ଅଧିକାରୀ ,ଅବକାରୀ ଅଧିକ୍ଷକ, ଆର୍ ଟି ଓ,ଜି ଏସ ଟି ଅଧିକାରୀ,ସମସ୍ତ ଏନ୍ ଏ ସି ଇ ଓ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ  l
ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଛି l ଜିଲ୍ଲାର ବିଭିନ୍ନ ଅଧିକାରୀ, କର୍ମଚାରୀ ଏବଂ ଆରକ୍ଷୀ ବାହିନୀ ସମ୍ମିଳିତ ଭାବରେ ନିର୍ବାଚନ ପ୍ରକ୍ରିୟାରେ ଯୋଗଦାନ କରି ସମର୍ପଣ ଓ ନିର୍ଭୟର ସହିତ ନିଜର ଦାୟିତ୍ଵ ନିର୍ବାହ କରିବା l ଆମେ ସମସ୍ତେ ଏବେ ନିର୍ବାଚନ କମିଶନଙ୍କ ସିଧାସଳଖ ନିୟନ୍ତ୍ରଣରେ କାମ କରିବା l ସମସ୍ତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଏସ୍ ଏସ୍ ଟି ଦଳ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କାମ କରିବେ l ସମସ୍ତ ଗାଡ଼ି ମଟର ଏପରିକି ଜିଲ୍ଲାପାଳ,ଏସ ପି, ପର୍ଯ୍ୟବେକ୍ଷକ ଏବଂ ସାମ୍ବାଦିକ ମାନଙ୍କ ଯାନ ମଧ୍ୟ ସେମାନେ ତଲାସୀ କରିବେ l ମତଦାନ ଦିନ ସକାଳ ୭ ଟାରୁ  ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏବଂ ସଂବେଦନ ଶୀଳ ବୁଥ ମାନଙ୍କରେ ଅପରାହ୍ନ ୪ଟା ଯାଏଁ ମତଦାନ ହେବ l
ନିର୍ବାଚନ ଦିନ ଏଥର ଭୋଟର ମାନଙ୍କୁ ସ୍ଲିପ କେବଳ ବିଏଲ ଓ ମାନେ ହିଁ ଦେବେ l ସମସ୍ତ ବୁଥରେ ୱେବ୍ କାଷ୍ଟିଂ ହେବ l ନିର୍ବାଚନର ନିରପେକ୍ଷତା ଅଧିକ କରିବା ପାଇଁ ବିଧାନ ସଭା ୭୨, ଖଡିଆଳର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ବହୁ ସଂଖ୍ୟା ରେ ପୋଲିଂ ଦାୟିତ୍ୱରେ ନିୟୋଜିତ କରାଯିବ l ଏଥର ନୂଆପଡାରେ ୩ଟି ଏବଂ ଖରୀଆର ରୋଡରେ ୩ଟି ଏଭଳି ମୋଟ ୬ ଟି ପିଙ୍କ୍ ବୁଥହେବ. ଯାହା କେବଳ ମହିଳା ଅଧିକାରୀ ମାନଙ୍କ ଦ୍ଵାରା ପରିଚାଳିତ ହେବ l ଏବେଠାରୁ ବେଆଇନ ମଦ ଡ୍ରଗ୍ସ୍ କାରବାର ଉପରେ ଅବକାରୀ ବିଭାଗ ତୀକ୍ଷ୍ଣ ନଜର ରଖିବେ l ସବୁ ପୋଲିଂ ପାର୍ଟି ସହିତ ପୋଲିସ୍ ସବୁବେଳେ ରହିବେ l 
ରାତି ୧୦ ଟାରୁ ସକାଳ ୦୬ଟା ପର୍ଯ୍ୟନ୍ତ ସମସ୍ତ ପ୍ରଚାର ପ୍ରସାର ସଭା ବନ୍ଦରହିବ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଲେ ଯେ ସମଗ୍ର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ,ସ୍ଵାଧୀନ ଓ ନିରପେକ୍ଷ ଭାବରେ ନିର୍ବାଚନ ହେବା ପାଇଁ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ l ଜିଲ୍ଲାର ୩୫୮ ଟି ବୁଥରୁ ସମ୍ବେଦନଶିଳ ଏଵଂ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ପର୍ଶକାତର ଥିବା ବୁଥଉପରେ ତୀକ୍ଷ୍ମ ନଜର ରହିବ l ଆଦର୍ଶ ଆଚରଣ ବିଧି ସମଗ୍ର ଜିଲ୍ଲାରେ କଡାକଡି ଭାବରେ ଲାଗୁହେବ l 
ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଶତ ପ୍ରତିଶତ ମତଦାନ ସୁନିଶ୍ଚିତ କରିବା ପାଇଁ ସେ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ l ଜିଲ୍ଲାପାଳ କହିଲେ ଆଗାମୀ ଉପନିର୍ବାଚନ ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ  l ଏହା ଉପରେ ସମଗ୍ର ରାଜ୍ୟ ତଥା ଦେଶର ନଜର ରହିବ l ଆମେ ଏହାକୁ  ଶାନ୍ତି ଶୃଙ୍ଖଳା ସହିତ ଏମିତି ବ୍ୟବସ୍ଥିତ ଭାବରେ ତୁଲାଇବା ଯେ ଏହା ଆଗାମୀ ଦିନପାଇଁ ଉଦାହରଣ ହୋଇ ରହିବ  ।

Recent Comments

Leave Comments

Top