logo
add image
ଲୋକଙ୍କ ସେବାରେ ଗୁଣୁପୁର ଉପଜିଲ୍ଲାପାଳ

ଲୋକଙ୍କ ସେବାରେ ଗୁଣୁପୁର ଉପଜିଲ୍ଲାପାଳ

ଗୁଣୁପୁର/୩୦/୧୦/୨୦୨୫(ଆଧାର ମିଡ଼ିଆ)ସାଧାରଣତଃ ଯୁବ ଆଇଏଏସ ଅଫିସର ଙ୍କ ଠାରୁ ଅଧିକରୁ ଅଧିକ ବିକାଶ ମୂଳକ କାର୍ଯ୍ୟ ଜନସାଧାରଣ ଆଶା କରିଥାନ୍ତି । ହେଲେ ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳ ତଥା ଯୁବ ଆଇଏଏସ ଅଧିକାରୀ ଦୁଧାଲ ଅଭିଷେକ ଦିଲ୍ଲୀପ ଜନସାଧାରଣଙ୍କ ଆଶାଠାରୁ ଅଧିକ କ୍ରିୟାଶୀଳ ହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।ଯାହାକି ଗୁଣୁପୁର ଉପଖଣ୍ଡ ଜନସାଧାରଣ ଙ୍କ ଅତି ବିଶ୍ୱାସ ଭାଜନ ହୋଇପାରିଛନ୍ତି।ଗତ ଦଶହରା ଦିନ ଗୁଣୁପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଦୁର୍ଗମ ଶଗଡା,ପୁଟାସିଂ,ଆବଡା ପ୍ରଭୃତି ପଞ୍ଚାୟତରେ ଭୁସ୍ଖଳନ ହୋଇଥିଲା।ସେଠାରେ ଲୋକେ ନାନା ପ୍ରକାର ସମସ୍ୟା ଭୋଗିଥିଲେ।ତୁରନ୍ତ ଉପଜିଲ୍ଲାପାଳ ସେଠାରେ ଉପସ୍ଥିତ ରହି ପରିସ୍ଥିତି କୁ ସ୍ୱାଭାବିକ କରିଥିଲେ।ଗୁଣୁପୁର ବଂଶଧାରା ନଦୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବା ବେଳେ ରାତିରେ ନଦୀବନ୍ଧ ଉପରେ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଗୁଣୁପୁର ଉପଖଣ୍ଡର ବିଭିନ୍ନ ଧାର୍ମିକ ଅନୁଷ୍ଠାନ,ପର୍ଯ୍ୟଟନ ସ୍ଥଳୀ,ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ନିକଟରେ ଅବା ପରିସରରେ ମଦ୍ୟପାନକୁ ନିଷେଧ କରିବା ପାଇଁ ଏକ ସରକାରୀ ନିର୍ଦେଶନାମା ଜାରୀ କରିଥିଲେ। ନିର୍ଦ୍ଧେଶନାମାକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଓ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନ ବାତ୍ୟା ପାଇଁ ରାୟଗଡା ଜିଲ୍ଲା ନାଲି ଚେତାବନୀ ଦିଆଯାଇଥିବା ବେଳେ ଗୁଣୁପୁର ଉପଜିଲ୍ଲାପାଳ ଏହାର ସଫଳ ମୁକାବିଲା ପାଇଁ ବେଶ ତପ୍ତରତା ପ୍ରକାଶ କରିଥିଲେ।ପ୍ରଭାବିତ ଅଞ୍ଚଳରେ ପ୍ରଶାସନର କର୍ମଚାରୀଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷାକରି ଲୋକଙ୍କୁ ସ୍ଥାନାନ୍ତର କରିବା,ସଚେତନ କରେଇବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।ସେହିଭଳି ଗୁଣୁପୁର ବାଇପାସ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ହେଉ ସରକାରୀ ଯୋଜନା ର ସଫଳ ରୂପାୟନ ପ୍ରତ୍ୟେକ କାର୍ଯ୍ୟରେ ଏହି ଯୁବ ଆଇଏଏସ ଅଧିକାରୀ ଜଣକ ବେଶ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Recent Comments

Leave Comments

Top