logo
add image
ସୁବର୍ଣ୍ଣପୁର ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

ସୁବର୍ଣ୍ଣପୁର ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

ସୁବର୍ଣ୍ଣପୁର/୩୧/୧୦/୨୦୨୫(ଆଧାର ମିଡ଼ିଆ)ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରୁ ଆରମ୍ଭ ହୋଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭାୟା ବ୍ଲକଛକ,ଆମ୍ବେଦକର ଛକ,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,କସ୍ତୁରୀ ହୋଟେଲ ଛକ ଦେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିଥିଲା।ସକାଳ ୬.୦୦ ଘଟିକା ସମୟରେ ଏହି ଏକତା ଦୌଡ଼ ପାଇଁ ସୁବର୍ଣ୍ଣପୁର ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଇଣ୍ଡିଆର ଖେଳାଳି ମାନେ,ସ୍ୱଚ୍ଛ ଭାରତ ଅନୁଷ୍ଠାନ ସମସ୍ତ ସଦସ୍ୟମାନେ, ଏନ.ସି.ସି ଛାତ୍ର ଛାତ୍ରୀମାନେ ଓ ସୁବର୍ଣ୍ଣପୁର ଜିଲ୍ଲା ବୁଦ୍ଧିଜୀବୀ, ଜନସାଧାରଣ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।ଏକତା ଦୌଡ଼ ପୂର୍ବରୁ ରୟାଲ ପଡିଆ ସୁବର୍ଣ୍ଣପୁର ଠାରେ ଏକ ସଭା ଅନୁଷ୍ଠିତ ସୋଇଥିଲା।ଏହି ସଭାରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର,ଶ୍ରୀ ନାରାୟଣ ନାଏକ,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି, ଶ୍ରୀ ବେଣୁଧର ଦାଶ,ମାନ୍ୟବର ସାଂସଦ,ବଲାଙ୍ଗିର ଶ୍ରୀମତି ସଂଗୀତା କୁମାରୀ ସିଂହ ଦେଓଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଲ୍ଲାପାଳ,ସୁବର୍ଣ୍ଣପୁର, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ବେଣୁଧର ଦାଶ ଓ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ କୁମାର ମେହେର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଖଣ୍ଡ ଭାରତ ଗଠନରେ ଭୂମିକା,ଜୀବନୀ,ଆଦର୍ଶ ଓ ଏକତାର ମନ୍ତ୍ର ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଉପସ୍ଥିତ ଜନ ସମାବେଶକୁ ଉଦବୋଧନ ମାଧ୍ୟମରେ ଅବଗତ କରାଇଥିଲେ। ଶ୍ରୀମତି ଅଞ୍ଜଳିନା ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ,ସୁବର୍ଣ୍ଣପୁର ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
 

Recent Comments

Leave Comments

Top