logo
add image
ପିଏମ ଶ୍ରୀ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ପିଏମ ଶ୍ରୀ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

କଣିହାଁ,୨/୧୧/୨୦୨୫(ଆଧାର ମିଡ଼ିଆ)ଅନୁଗୋଳ ଜିଲ୍ଲା କଣିହାଁ ପିଏମ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ଲାଣ୍ଟିନମ ଯୁବଲି ସେଲିବ୍ରେସନ କମିଟି  ପକ୍ଷରୁ ବିଦ୍ୟାଳୟ ଏକ ମେଗା ସ୍ୱାସ୍ଥ୍ୟ ଶିବିର ମେଳା ଏବଂ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,ଏଥିରେ ମୁଖ୍ୟଅତିଥି,ତାଳଚେର ବିଧାୟକ ବ୍ରଜ କିଶ୍ୱର ପ୍ରଧାନ,ସ୍ୱତନ୍ତ୍ର ଅତିଥି ଭାବେ ଏନଟିପିସି କାର୍ଯ୍ୟ ନିର୍ବାହୀ ଅଧିକାରୀ କେ.ଏନ ରେଡି, ଅନ୍ୟତମ ଅତିଥି ଭାବେ କଣିହାଁ କ୍ଷେତ୍ର ଏମସିଏଲ ଜିଏମ ନରେ ସିଙ୍ଗ ଫିତା କାଟି ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାସ୍ଥ୍ୟ ଶିବିରକୁ ଶୁଭ ଉଦ୍ଘାଟନ କରିଥିଲେ,ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ଏବଂ ନୂତନ ଛାତ୍ର ଛାତ୍ରୀ କୁ ନେଇ ଏକ ପ୍ଲାଣ୍ଟିନମ ଯୁବଲି ସେଲିବ୍ରେସନ କମିଟି ମାଧ୍ୟମରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଏବଂ ସ୍ଵେଛାକୃତ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା,ଶିବିରରେ ବିଭିନ୍ନ ବିଭାଗର ସୁନାମ ଧନ୍ୟ ୧୧ଜଣ ଡାକ୍ତରଙ୍କ ଦ୍ୱାରା ଏହି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା,ଏହି ସମସ୍ତ ଡାକ୍ତର ପିଏମ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବାବେଳେ  ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ,୧୧ ଜଣ ଡାକ୍ତର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ସୁନାମ ଧନ୍ୟ ପ୍ରଫେସର ସ୍ପେସିଆଲିଷ୍ଟ ଭାବେ କାର୍ଯ୍ୟ କରିଆସିଛନ୍ତି,ଡାକ୍ତର ପ୍ରତାପ ପାଣି ସ୍ନାୟ ରୋଗ ବିଶେଷଜ୍ଞ, ଡା ଲକ୍ଷ୍ମୀଧର ସାହୁ ଅସ୍ଥିଶଲ୍ୟ ବିଶେଷଜ୍ଞ,ଡା.ଜ୍ଞାନେନ୍ଦ୍ର ମହାପାତ୍ର ଏମବିବିଏସ, ଡା ପଞ୍ଚାନନ ସାହୁ ହୃଦରୋଗ ବିଶେଷଜ୍ଞ,ଡା.ସୁଚିବନ୍ତ ପ୍ରଧାନ ଅସ୍ଥିଶଲ୍ୟ ବିଶେଷଜ୍ଞ, ଡ଼ା.ସୁରେଶ ସାହୁ ଅନ୍ତରୋଗ ବିଶେଷଜ୍ଞ, ଡ଼ା.ସୁଜାତା ସାହୁ କାନ ନାକ ଓ ଗଳା ବିଶେଷଜ୍ଞ, ଡ଼ା.ଲିତା ଦେହୁରୀ ଚକ୍ଷୁ ବିଶେଷଜ୍ଞ,ଡ଼ା.ମନୋଜ କୁମାର ଦେହୁରୀ ମଧୁମେହ୍ୟ ରୋଗ ବିଶେଷଜ୍ଞ, ଡ଼ା ସୌମିକ ନିଓଗୀ ଦନ୍ତ ବିଶେଷଜ୍ଞ ଏବଂ ରୀନା ମାଆ ଫିଜିଓ ଥେରାପି ସେଣ୍ଟର ସାମିଲ ହୋଇଥିଲା,ଏଗାର ରୁ ବାର ଜଣ ସୁନା ଧନ୍ୟ ଡାକ୍ତର ସ୍ଵେଛା କୃତ ଭାବେ ସାମିଲ ରୋଗୀ ସ୍ୱାସ୍ଥ୍ୟ ସେବାରେ ନୟୋଜିତ ହୋଇଥିଲେ, ଇଉଏସଭି ପ୍ରାଇଭେଟ ଲିମିଟେଡ଼ ଅନୁଗୋଳ ପକ୍ଷରୁ ଶରୀର ସମ୍ଭଦିୟ ବହୁ ଉଚ୍ଚ ସମ୍ପନ୍ନ ୯ ପ୍ରକାର ନିଶଳ୍କ ଟେଷ୍ଟ ହୋଇଥିଲା,ଏଥିରେ ସମସ୍ତ ବିଭାଗର ୭୮୦ ରୁ ଉର୍ଦ୍ଧ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ସମ୍ପୂର୍ଣ୍ଣ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ଏବଂ ଯୁବଲି କମିଟି କକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ରେ ୨୦୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା,ଏଥିରେ କଣିହାଁ ତାଳଚେର ବିକାଶ ମଞ୍ଚ ପକ୍ଷରୁ ସମସ୍ତ ଲୋକଙ୍କୁ ଦହି ଲେମ୍ବୁ ସର୍ବତ ପ୍ରଦାନ କରିଥିଲେ,ପ୍ଲାଣ୍ଟିନମ ଯୁବଲି ସେଲିବ୍ରେସନ କମିଟିର ସଭାପତି,ସମ୍ପାଦକ  ଏବଂ କମିଟିର ସମସ୍ତ ସଭ୍ୟଙ୍କ ତତ୍ତ୍ୱଵଧାନରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।
 

Recent Comments

Leave Comments

Top