logo
add image
ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ସୁବର୍ଣ୍ଣପୁର/୧୦/୧୧/୨୦୨୫(ଆଧାର ମିଡ଼ିଆ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଇଚ୍ଛାପୁର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ,ସୁବର୍ଣ୍ଣପୁର,ଡ଼ ନୃପରାଜ ସାହୁ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୧୨୨ (ଏକ ଶହ ବାଇସ)ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୦୯ (ଏକ ଶହ ନଅ)ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାର)ଗୋଟି ସାମୁହିକ ଦରଖାସ୍ତ  ଓ ୦୧ (ଏକ)ଗୋଟି  ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତନ୍ମଧ୍ୟରୁ ୦୬( ଛଅ) ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିରରେ ସମାଧାନ କରାଯାଇଥିଲା।ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।ବିଡ଼ିଓ, ଡୁଙ୍ଗୁରିପାଲି ଶ୍ରୀ ଦିଲୀପ କୁମାର ବାଡ଼ାଙ୍କ  ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏହି ଯୁଗ୍ମ ଅଭିଯୋଗ  ଶୁଣାଣିରେ,ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ,ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ,ସୋନପୁର, ଶ୍ରୀମତି ସୁମ୍ୟାରୁପା ରଥ, ସରପଞ୍ଚ, ଇଚ୍ଛାପୁର ଗ୍ରାମ ପଞ୍ଚାୟତ,ଶ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ  ସମେତ  ତହସିଲଦାର,ଡୁଙ୍ଗୁରିପାଲି, ଶ୍ରୀ ବିମଳ କିଶୋର ପତ୍ର  ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ଗ୍ରାମରେ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ଓ ଉପଶମ ଶିବିରରେ ଚାରି ଜଣ ଭିନ୍ନକ୍ଷମ ହିତାଧିକାରୀ ୧.ଯଶୋବନ୍ତି ଭୁଏ ପିତା - ଗୁପେ ବାଗ ନି - ସନଫଟାମୁଣ୍ଡା,ଗ୍ରା.ପ - ଇଚ୍ଛାପୁର,୨.ବୁଧୁ ପଟେଲ ପିତା - ଥବିର ପଟେଲ, ନି - ସାହଜ ବହାଲ,  ଗ୍ରାମ ପଞ୍ଚାୟତ - ଇଚ୍ଛାପୁର,୩.ପିଙ୍କି ସାହୁ ପିତା - ଦେବାନନ୍ଦ ସାହୁ,ନି - ସାହାଜ୍ ବାହଲ, ଗ୍ରାମ ପଞ୍ଚାୟତ-ଇଚ୍ଛାପୁର ଓ ୪.ପୁରୁଷୋତ୍ତମ ଅଦାବର ପିତା - ରସିକ ଅଦାବର ନି - ଶାନ ଫଟାମୁଣ୍ଡା ଇଚ୍ଛାପୁର ଗ୍ରାମ ପଞ୍ଚାୟତଙ୍କୁ ଜିଲ୍ଲାପାଳ,ସୁବର୍ଣ୍ଣପୁର,ଡ଼ ନୃପରାଜ୍ ସାହୁଙ୍କ ଦ୍ଵାରା ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ତଦୋପରି ମଧୁବାବୁ ପେନସନ ଯୋଜନରେ ଦୁଇ ଜଣ ଭିନ୍ନକ୍ଷମ ହିତାଧିକାରୀ ୧. ଶାନ୍ତି ପଟେଲ, ନି - କନ୍ଧମୁଣ୍ଡା ୨. ଆୟୁଷ୍ରୀ ଦୀପ ନି-ସାହାଜ ବାହାଲ,ଇଚ୍ଛାପୁର ଗ୍ରାମ ପଞ୍ଚାୟତଙ୍କୁ ଭିନ୍ନକ୍ଷମ ଭତ୍ତା ଓ ୩.ଦ୍ରୌପଦୀ ବିଶି ନି- ମହୁଲପାଣି,କର୍ଲାଜୁରି ଗ୍ରାମ ପଞ୍ଚାୟତଙ୍କୁ ବିଧବା ଭତ୍ତା ଜିଲ୍ଲାପାଳ,ସୁବର୍ଣ୍ଣପୁରଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା

Recent Comments

Leave Comments

Top