logo
add image
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତବାର୍ଷିକ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତବାର୍ଷିକ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର/୧୨/୧୧/୨୦୨୫(ଆଧାର ମିଡ଼ିଆ)ଆଜି ଅପରାହ୍ନ ୪.୩୦ ଘଟିକା ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତ ବାର୍ଷିକୀ ପାଳନ ଉପଲକ୍ଷେ ଆଗାମୀ ତା ୨୧.୧୧.୨୦୨୫ ରିଖ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ବୀରମହାରାଜପୁର ଠାରେ "ଏକତା ପଦଯାତ୍ରା" ଆୟୋଜନ ଓ ଅନୁଷ୍ଠିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ,ସୁବର୍ଣ୍ଣପୁର,ଡ଼ ନୃପରାଜ ସାହୁଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ଏକତା ପଦଯାତ୍ରା ଆୟୋଜନ,ପଦଯାତ୍ରାର ପଥ,ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ସାମୁହିକ ସଫେଇ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାରର ପ୍ରତିଯୋଗିତା,ଅନ୍ୟାନ୍ୟ କାର୍ଯ୍ୟକଳାପ ଓ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସବିଶେଷ ସୂଚନା ଉପସ୍ଥିତ ସମସ୍ତ ସମ୍ବାଦପତ୍ରର ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ଅବଗତ କରାଇଥିଲେ।ଏହି ପଦଯାତ୍ରା ବୀରମହାରାଜପୁର ମିନି ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଆମ୍ବେଦକର ଛକ ସ୍ଥିତ ଡ଼ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ବୀରମହାରାଜପୁର ମହାବିଦ୍ୟାଳୟ ଲାତୁରପେଟ ଗାୟତ୍ରୀ ମନ୍ଦିର(ପାନୀୟ ଜଳ/ଓ.ଆର୍.ଏସ୍.ଯୋଗାଣ)ରଣାପାଲି ଛକ-ଉଫୁଲା ମାଉସୀ ମା ମନ୍ଦିର(ପ୍ରଥମ ରହଣି)ବୀରମହାରାଜପୁର ବସଷ୍ଟାଣ୍ଡ (ଦ୍ଵିତୀୟ ରହଣି)ଚମ୍ପାପୁର ଛକ,ଚମ୍ପାମାଲ ଶିବ ମନ୍ଦିର( ତୃତୀୟ ରହଣି) ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ପଦଯାତ୍ରା ସମାପ୍ତ ହେବା।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ସୁବର୍ଣ୍ଣପୁର,ଶ୍ରୀ ନାରାୟଣ ନାୟକ,ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର,ଉପ ଜିଲ୍ଲାପାଳ,ବୀରମହାରାଜପୁର, ଶ୍ରୀ ସୁରେନ୍ଦ୍ର ମେହେର,ଭାରତୀୟ ଜନତା ପାର୍ଟି,ଜିଲ୍ଲା ସଭାପତି, ସୁବର୍ଣ୍ଣପୁର,ଶ୍ରୀ ବେଣୁଧର ଦାଶ,ଜିଲ୍ଲା କ୍ରୀଡ଼ା ଅଧିକାରୀ,ସୁବର୍ଣ୍ଣପୁର,ଶ୍ରୀ ଚିତ୍ତରଞ୍ଜନ ମିଶ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ,ସୁବର୍ଣ୍ଣପୁର ସୁଶ୍ରୀ ଯମୁନା ପ୍ରଧାନ,ଜିଲ୍ଲା ସଂଯୋଜକ,ମାଇ ଯୁବ ଭାରତ,ସୁବର୍ଣ୍ଣପୁର ଶ୍ରୀ କୃପାସିନ୍ଧୁ ସା,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ.

Recent Comments

Leave Comments

Top