logo
add image
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ର ସମୀକ୍ଷା ବୈଠକ

ସୋନପୁର/୧୧/୧୧/୨୦୨୫(ଆଧାର ମିଡ଼ିଆ)ଆଜି ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ର ସମୀକ୍ଷା ବୈଠକ ୨୦୨୪/୨୫ ବନଖଣ୍ଡ ସଭାଗୃହ ଠାରେ ଅନୁଷ୍ଟିତ ହୋଇଯାଇଛି l ଜଙ୍ଗଲ ର ସୁରକ୍ଷା ଓ ଉଜୁଡ଼ା ଜଙ୍ଗଲ ର ପୁନରୁଦ୍ଧାର ଲକ୍ଷ୍ୟ ନେଇ ଖଣ୍ଡିୟ ପରିଚାଳନା ଏକକ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପ ରାଜ ସାହୁ ଯୋଗ ଦେଇଥିଲେ lପ୍ରଥମେ ନିଜ ଗାଁ ଠୁ ପରିବର୍ତ୍ତନର କଥା ମୁଁ ଚିନ୍ତା କରେ ବୋଲି ଅନେକ ଉଦାହରଣ ଦେଇ ପରସ୍ପର ଭାଗିଦାରୀରେ ହିଁ ଜଙ୍ଗଲ ସୁରକ୍ଷା ସମ୍ଭବ ବୋଲି ଜିଲ୍ଲାପାଳ ଡ.ସାହୁ କହିଥିଲେ ଓ ଜିଲ୍ଲା ରେ ୧ ଲକ୍ଷ ୪୦ ହଜାର ହିତାଧିକାରୀ ଲାଭ ଉଠାଇ ଥିବା ବିଷୟ ପ୍ରକାଶ କରି ବିଭାଗ କୁ ପ୍ରଶଂସା କରିଥିଲେ lସମ୍ମାନିୟ ଅତିଥି ଭାବରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ମଦନ ଲାଲ୍ ଶର୍ମା ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକର ୮୪ ଗୋଟି ବନ ସୁରକ୍ଷା ସମିତିକୁ ବିଭାଗର ବିଭିନ୍ନ ପ୍ରକଳ୍ପରେ ସାମିଲ୍ କରାଯାଇଛି ବୋଲି ମତ ରଖି ଜଙ୍ଗଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଆୟ ର୍ବହିଭୁତ କାର୍ଯ୍ଯ ପାଇଁ ୧ କୋଟି କୋଡିଏ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି ମତ ଦେଇଥିଲେ l ସୋନପୁର ବ୍ଲକ ର ମାଝୀ ମୁଣ୍ଡା,ଝାଙ୍କରପାଲି ଓ ବିନିକା ବ୍ଳକ୍ ର ସାହାଜ ବାହାଲ, ନକଟା ମୁଣ୍ଡା ଓ ଉଲୁଣ୍ଡା ବ୍ଳକ୍ ର ବାଘ ପାଲି,ରଡ଼ିଆ ପାଲି ବନ ସୁରକ୍ଷା ସମିତି ଉତ୍ସର୍ଗୀକୃତ କାର୍ଯ୍ଯ କରୁଥିବା ବିଷୟ ଉଦାହରଣ ଦେଇ ଉପସ୍ଥିତ ସମସ୍ତ ବନ ସୁରକ୍ଷା ସମିତି ସଦସ୍ୟ ଓ ବିଭାଗୀୟ କର୍ମଚାରୀ ଙ୍କୁ ଶ୍ରୀ ଶର୍ମା ପ୍ରେରଣା ଦେଇଥିଲେ l ୨୦୧୮ ମସିହାରେ ଜିଲ୍ଲାରେ ଜଙ୍ଗଲର ସ୍ଥିତି କଣ ଥିଲା ଓ ୨୦୨୪/୨୫ ରେ କେମିତି ଉନ୍ନତ ସ୍ଥିତି ରହିଛି ସେ ସବୁ ଏଲଇଡି ମାଧ୍ୟମରେ ଆଜି ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା lଅନ୍ୟତମ ଅତିଥି ଭାବେ ସି ଡି ଇ ଓ ଜିଲ୍ଲା ପରିଷଦ ଶ୍ରୀ ଅଶ୍ଵିନୀ କୁମାର ମେହେର,ସୋନପୁର ଏ ସି ଏଫ୍ ଗିରିଧର ନାଗ,ସମାଜ ସେବୀ ଗୋବିନ୍ଦ ମହାରଣା ଯୋଗ ଦେଇ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ମତ ରଖି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେlଏସ ଏମ ଏସ ପ୍ରକାଶ କୁମାର ସାହୁ ଅତିଥି ସ୍ଵାଗତ କରିଥିବା ବେଳେ ଏସ ଏମ ଏସ ସୌଭାଗ୍ୟ ରଞ୍ଜନ ସ୍ବାଇଁ  ୨୦୨୪/୨୫ ର ଉନ୍ନୟନ ମୂଳକ କାର୍ଯ୍ଯ  ସମୀକ୍ଷା ବିବରଣୀ ପ୍ରଦାନ କରିଥିଲେ lବନ ସୁରକ୍ଷା ସମିତିର ଜଣେ ସଫଳ ହିତାଧିକାରୀ ବିନିକା ଶିଆଳିର ନାରାୟଣ ଭୋଇ ଜଙ୍ଗଲ ସୁରକ୍ଷା ସେବା ଉପରେ ନିଜର ଅନୁଭୁତି ପ୍ରକାଶ କରି ଥିଲେ lବିନିକା ରେଞ୍ଜର ଡମ୍ବରୁ ଧର ପଧାନ,ସୁବଳୟା ରେଞ୍ଜର ଅବିନାଶ ବରିହା,ଉଲୁଣ୍ଡା ରେଞ୍ଜର ଦେବ ରାଜ ଛତ୍ରିଆ,ସୋନପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର,ଦିନେଶ ପ୍ରସାଦ ମାଝୀ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ସୋନପୁର ରେଞ୍ଜର ସୁଭାଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
 

Recent Comments

Leave Comments

Top