ବଲାଣି/ବଡବିଲ,୧୬/୧୧/୨୫(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳ ଯୋଡ଼ା ବନାଇକୋଡ଼ା ସ୍ଥିତ ଯୋଡ଼ା ପ୍ରେସ କ୍ଲବ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ପ୍ରେସ ଦିବସ ହର୍ଷ ଉଲ୍ଲାସ ପୂର୍ବକ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଉପସ୍ଥିତ ଥିଲେ।ବିଶିଷ୍ଟ ଅତିଥି ଭାବେ ଯୋଡ଼ା ପ୍ରଖଣ୍ଡ ବିଡିଓ ଦାନିସ ବେହେରା,ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସ୍ମଲ୍ ଉପସ୍ଥିତ ଥିଲେ।ଅତିଥି ଭାବେ ସିରିଶ ଚନ୍ଦ୍ର ମହାନ୍ତ (ଏଡ଼ିଟର), ନବୀନ ଦାସ (ଏଡ଼ିଟର), ସନାରାମ ପୂର୍ତ୍ତି (ମି. କର୍ଣ୍ଣାଟକ) ଆଦି ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥିଗଣ କୁ ପୁଷ୍ପ ଦାନି ରେ ସମ୍ମାନିତ କରି ମଞ୍ଚ ଉପରେ କୁ ସ୍ବାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଉତ୍ତମ ସମାଜ ଗଠନ କରିବାରେ ସାମ୍ବାଦିକ ର କିଭଳି ଭୂମିକା ରହିଥାଏ ତାହା ନିଜ ନିଜର ବକ୍ତବ୍ୟ ରେ ଦର୍ଶାଇଥିଲେ।ଏହି ଅବସରରେ ଯୋଡା କ୍ଷେତ୍ର ର ବିଭିନ୍ନ ସ୍କୁଲ ର ଦଶମ ଶ୍ରେଣୀ ଟପ୍ପର ଛାତ୍ର ଛାତ୍ରୀ ସହ ସମାଜ ରେ ନିଶ୍ୱାର୍ଥ ସେବା ଯୋଗାଇ ଆସୁଥିବା କେତେ ଗୁଡ଼ିଏ ସମାଜ ସେବୀ ଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ଶେଷରେ ଯୋଡା ପ୍ରେସ କ୍ଲବ ର ସମ୍ପାଦକ ଗଣେଶ ଚନ୍ଦ୍ର ସାହୁ ସମସ୍ତ ଉପସ୍ଥିତ ଅତିଥିଗଣ,ସମାଜ ସେବୀ ଏବଂ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।କାର୍ଯ୍ୟକ୍ରମ କୁ ସଫଳ କରିବାରେ ନିହାର ରଞ୍ଜନ ରାଉତ, ପ୍ରମୋଦ ମହାନ୍ତ ସହ କ୍ଲବ ର ସମସ୍ତ ସଦସ୍ୟ ବେଶ ଭୂମିକ ନେଇଥିବାର ଦେଖିବାକୁ ମିଳିଛି।
Recent Comments