ସୋନପୁର/୦୮/୧୧/୨୦୨୫(ଆଧାର ମିଡ଼ିଆ)ଆଜି ସ୍ଥାନୀୟ ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର(ଛଞ୍ଚାଣ ଡୁଙ୍ଗୁରି)ପରିସରରେ କାଳିଆ ତୁଳସୀ କମିଟି ର ସଦସ୍ୟ ମାନଙ୍କୁ ନେଇ ସଭାପତି ଶ୍ରୀଯୁକ୍ତ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ବର୍ଷର ଆୟ ବ୍ୟୟର ଚିଠା କମିଟିର ସଦସ୍ୟ ପଦ୍ମ ଲୋଚନ ମିଶ୍ର ଉପସ୍ଥାପନା କରିବା ସହିତ ଅନୁମୋଦନ ପ୍ରସ୍ତାବ ଆଗତ କରିଥିଲେ। ଚିଠା ଅନୁମୋଦିତ ହେଲାପରେ କମିଟି ର ବିଭିନ୍ନ ଦାୟିତ୍ୱ ନିମ୍ନ ସଦସ୍ୟ ସଦସ୍ୟା ମାନଂକୁ ପ୍ରଦାନ କରାଯାଇଥିଲା। ଶ୍ରୀ ଗଦାଧର ବାରିକ, ଶ୍ୟାମା ଓଁ ପ୍ରସାଦ ମିଶ୍ର, ଶ୍ରୀବତ୍ସ ମଲ୍ଲିକ ଓ ଚନ୍ଦ୍ର ଶେଖର ଓତା, ଅନୁଷ୍ଠାନ ର ଉପଦେଷ୍ଟା ଭାବେ ସଭାପତି ଭାବେ ଶ୍ରୀମତୀ ସୁନନ୍ଦା ସାହୁ,ଉପ- ସଭାପତି ଭାବେ ଶ୍ରୀମତୀ ସଂଯୁକ୍ତା ହୋତା,ଓ ଶ୍ରୀମତୀ ପୁର୍ଣିମା ସା ସମ୍ପାଦିକା ଭାବେ ଶ୍ରୀମତୀ ସ୍ମିତା ରାଣୀ ମେହେର, ସହ ସମ୍ପାଦିକା ଭାବେ ଶ୍ରୀମତୀ ନିରୁପମା ପରଧିଆ ଓ ଶ୍ରୀମତୀ ଆରତୀ ଖମାରୀ କୋଷାଧକ୍ଷ ଭାବେ ଲଷ୍ମୀପ୍ରିୟା ପାଣିଗ୍ରାହୀ ଙ୍କୁ ମନୋନୀତ କରା ଯାଇଥିଲା।ଗଣେଶ୍ୱର ପାଣିଗ୍ରାହୀ, ଦୁର୍ଯୋଧନ ସାହୁ, ରଘୁନାଥ ମହାପାତ୍ର, ରାଜେଶ ସିଂ,ସନ୍ତୋଷ ମହାପାତ୍ର,ଶ୍ରଦ୍ଧାଞ୍ଜଳୀ ମିଶ୍ରଙ୍କୁ କୋର କମିଟି ର ସଦସ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।ଏହି ବୈଠକ ରେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଏହି ତୁଳସୀ ଯାତ୍ରାକୁ ଆଗାମୀ ଦିନରେ ଏକ ଆଧ୍ୟାତ୍ମିକ ଆନ୍ଦୋଳନ ରେ ପରିଣତ କରିବାର ସଂକଳ୍ପ ନେଇ ଶ୍ରୀ ବଡ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରାଗଲା।ଶେଷରେ ସଭ୍ୟା ଶ୍ରଦ୍ଧାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments