logo
add image
କୁଳୁମା ସରପଞ୍ଚଙ୍କ ସମେତ ୩୦ ରୁ ଉର୍ଦ୍ଦ ବିଜେଡି କର୍ମୀ ବିଜେପିରେ ସାମିଲ

କୁଳୁମା ସରପଞ୍ଚଙ୍କ ସମେତ ୩୦ ରୁ ଉର୍ଦ୍ଦ ବିଜେଡି କର୍ମୀ ବିଜେପିରେ ସାମିଲ

କଣିହାଁ/୧୩/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳୁମା ପଞ୍ଚାୟତ ର ବିଜେଡି ସମର୍ଥିତ ସରପଞ୍ଚଙ୍କ ସମେତ ୩୦ ରୁ ଉର୍ଦ୍ଦ କର୍ମି ବିଜେଡ଼ି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି।ଓଡିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଙ୍କ ନିତି ଆଦର୍ଶର ବିଚ଼ାରଧାରାରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହୋଇଥିବା କହିଛନ୍ତି ,ସରପଞ୍ଚ  ଦିପି ବେହେରା।ସରପଞ୍ଚଙ୍କ ସ୍ୱାମି ଦୀପକ ବେହେରା,କୁଳୁମା ପଞ୍ଚାୟତ ସଭାପତି ହରିହର ସାହୁ,ସମ୍ପାଦକ ଅକ୍ଷୟ କୁମାର ସାହୁ,ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ସୁମନ୍ତ କୁମାର ପ୍ରଧାନ ଏବଂ ବୁଥ ସଭାପତି ବନ୍ଧୁଶ୍ୟାମ ସେଠୀ ଉପସ୍ଥିତ ରହିଥିଲେ।ଏନଏଚ ଡାକ ବଙ୍ଗଳା ଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଧାୟକ ଅଶୋକ ମହାନ୍ତି,ଖମାର ମଣ୍ଡଳ ସଭାପତି କାର୍ତ୍ତିକ ପ୍ରଧାନ,ହୃଦୟ ପ୍ରଧାନଙ୍କ ସହିତ ଅନେକ ବରିଷ୍ଠ ବିଜେପି କାର୍ଯ୍ୟକର୍ତା ନବାଗତ କର୍ମି ମାନଙ୍କୁ ଉତ୍ତରିୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ବିଜେପି କୁ କିଭଳିଭାବେ ସୁଦୃଢ କରିବା ସହିତ କୁଳୁମା ପଞ୍ଚାୟତରେ ବିଜେପି କୁ କେମିତି ଆଗେଇ ନେବେ ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ  ସରପଞ୍ଚ ଦିପି ବେହେରା ପ୍ରକାଶ କରିଥିଲେ।
 

Recent Comments

Leave Comments

Top