ସୁବର୍ଣ୍ଣପୁର/୧୩/୧୧/୨୦୨୫(ଆଧାର ମିଡ଼ିଆ)ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧିନରେ ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନଲାଇନ ନିରାପତ୍ତା ବା ସୁରକ୍ଷା ଓ ସାଇବର ବୁଳିଙ୍ଗ ବା ସାଇବର ଉତ୍ପୀଡନ ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ,ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ସାଧାରଣ ଶ୍ରୀମତି ଅଞଳିନା ପ୍ରଧାନ,ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତି ରେଣୁକା ସୁନା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଶ୍ରୀମତି ଅନୂପମା ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଚ୍ୟୁତାନନ୍ଦ ସିଂହ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ସୁବର୍ଣ୍ଣପୁର,ଜିଲ୍ଲା ନିୟୋଜନ ଓ ଦକ୍ଷତା ବୃଦ୍ଧି ଅଧିକାରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଜିଲ୍ଲା ସମସ୍ତ ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଗୁଡିକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବୃନ୍ଦ,ମହିଳା ପରିଦର୍ଶିକା ବୃନ୍ଦ,ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଝିଅ ମାନେ,ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ବୃନ୍ଦ,କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ।ଏହି ତାଲିମ କାର୍ଯ୍ୟକ୍ରମ ବା କର୍ମଶାଳାରେ ଉପ ଆରକ୍ଷୀ ଅଧିକ୍ଷକ,ସୁବର୍ଣ୍ଣପୁର ଶ୍ରୀମତି ରେଣୁକା ସୁନା ଓ ଶ୍ରୀ ଆଶିଷ କୁମାର ଅଗ୍ରୱାଲ, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗର ମୁଖ୍ୟ, ରାଜ ମହାବିଦ୍ୟାଳୟ, ସୋନପୁର ଅନଲାଇନ ନିରାପତ୍ତା ବା ସୁରକ୍ଷା ଓ ସାଇବର ଉତ୍ପୀଡନ/ସାଇବର ଅପରାଧ ଉପରେ ବିଶଦ ଭାବରେ ଅବଗତ କରାଇଥିଲେ ଓ କିପରି ଏହି ସାଇବର ଉତ୍ପୀଡନ/ସାଇବର ଅପରାଧରୁ ରକ୍ଷା ପାଇପାରିବ ସେ ବିଷୟରେ ବିଶେଷକରି ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ/ଏହି କର୍ମଶାଳାକୁ ଶ୍ରୀମତି ବାସନ୍ତୀ ଭୋଇ,ସୁରକ୍ଷା ଅଧିକାରୀ,ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ,ସୁବର୍ଣ୍ଣପୁର ପରିଚାଳନା କରିଥିଲେ।
Recent Comments