ବୌଦ୍ଧ/୧୪/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)ଆଜି ନୂଆପଡା ଉପ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି ର ବିଜୟ ନୁହେଁ ଏକ ମହାବିଜୟ ସୃଷ୍ଟି ହୋଇଛି ଏହି ବିଜୟ କୁ ନେଇ ସାରା ରାଜ୍ୟରେ ଏକ ଉତ୍ସବ ମାହଲ ଦେଖା ଯାଉଥିବା ବେଳେ।ଏନେଇ ବୌଦ୍ଧ ଜିଲ୍ଲା ରେ ମଧ୍ୟ ବିଜେପି ବିଜୟ ଉତ୍ସବ ପାଳନ କରିଛନ୍ତି।ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ(ମିଶ୍ର କୃଷ୍ଣ ଭାଇ)ଙ୍କ ନେତୃତ୍ୱରେ ଶତାଧିକ ବିଜେପି ର ନେତା ଓ କର୍ମୀମାନେ ପାର୍ଟି ଅଫିସ ରୁ ବାହାରି ବାଣ ଫୁଟାଇ,ବାଜା ବଜାଇ ସହର ପରିକ୍ରମା କରିବା ସହ କର୍ମୀମାନେ ପରସ୍ପର ସହ ମିଠା ଖୁଆ ଖୁଇ ହୋଇଥିଲେ।ପରେ ଗାନ୍ଧୀ ଛକ ନିକଟରେ କର୍ମୀ ଙ୍କ ନାଚ ଗୀତ ସହ ମୋଦି ସରକାର ଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଙ୍କ ବିକାଶ ଧାରା କୁ ନୂଆପଡା ବାସି ବିଶ୍ୱାସ କରିଛନ୍ତି ବୋଲି ଉପସ୍ଥିତ ନେତାମାନେ ନିଜର ମତ ରଖିଥିଲେ। ଏହି ଉତ୍ସବ ଶୋଭାଯାତ୍ରାରେ ବୌଦ୍ଧ ବ୍ଲକ ଚେୟାରମ୍ୟାନ ପ୍ରତ୍ୟୁଷ ରଥ,ଜିଲ୍ଲା ପରିଷଦ ପ୍ରାର୍ଥୀ ଯୁବ ବିଜେପି ନେତା ରାକେଶ ତ୍ରିପାଠୀ ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର ଙ୍କ ସମେତ ବହୁ ବିଜେପି ନେତା କର୍ମୀମାନେ ଉପସ୍ଥିତ ଥିଲେ।
Recent Comments