ସୁବର୍ଣ୍ଣପୁର/୧୪/୧୧/୨୦୨୫(ଆଧାର ମିଡ଼ିଆ)ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଖାରୀ ଠାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତଦାନ ଶିବିରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନାଇକେନପାଲିର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ.ରାମଶଙ୍କର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅନ୍ୟ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ରଘୁନାଥ ବେହେରା,ସମ୍ପାଦକ ସୁଦାମ ଶେଖର ଦାସ,ଯୁଗ୍ମ ସମ୍ପାଦକ ହୃଷିକେଶ ମେହେର,ବିରଞ୍ଚି ମେହର,ବିପିନ ବିହାରୀ ବାଘ,ଆନନ୍ଦ ଡାଙ୍ଗ(ଏଲ୍ ଆଇ ସି ଏଜେଣ୍ଟ)ତଥା ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶିବିରର ସୁବର୍ଣ୍ଣପୁର ରକ୍ତ କେନ୍ଦ୍ରର ତେକ୍ନିସିଏନ୍ ସତ୍ୟବ୍ରତ ତାଣ୍ଡି,ଜଗତ ଦରୱାନ୍, ଯୁଧିଷ୍ଟିର ନାଏକ,ଟଙ୍କଧର କଅଁର ରକ୍ତ ସଂଗ୍ରହ କରିଥିଲେ।ଡ.ଚିତ୍ତରଞ୍ଜନ ତ୍ରିପାଠୀ ରକ୍ତ ଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି ରକ୍ତ ଦାନ ଶିବିରରେ ୧୫ ଜଣ ମହିଳାଙ୍କ ସହିତ ସମୁଦାୟ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଶିବିରକୁ ପ୍ରଧାନ ଆଚାର୍ଯ୍ୟ ହରିବୋଲ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱା ବଧାନରେ ଓ ନିହାର ଗୁରୁଜୀଙ୍କ ସଂଯୋଜନା ତଥା ସମସ୍ତ ଗୁରୁଜୀ ଗୁରୁମା ଓ ପରିଚଳନା ସମିତି ଓ ଅଭିଭାବକ ଙ୍କ ସହଯୋଗରେ ଏହି ଶିବିର ସଫଳ ହୋଇଥିଲା।
Recent Comments