logo
add image
ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ 

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ 

ସୁବର୍ଣ୍ଣପୁର/୧୭/୧୧/୨୦୨୫(ଆଧାର ମିଡ଼ିଆ)ଆଜି ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୁବ- ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର  ନାଇକେନପାଲି ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା lଉକ୍ତ କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଭାବରେ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ରୋଗ ନିୟଂତ୍ରଣ)ଆଲୋକ କୁମାର ମିଶ୍ର ଏନସିଡି ମ୍ୟାନେଜର, ଶ୍ରୀଯୁକ୍ତ ଭୁବନେଶ୍ୱର ପାଣିଗ୍ରାହୀ,ପଞ୍ଚlୟତ ହାଇସ୍କୁଲ ନାରାୟଣପୁର,ସୁନୀଲ ଭୋଇ,ପଞ୍ଚlୟତ କଲେଜ ନାରାୟଣପୁର,ଆର୍ତତ୍ରାଣ ସାହୁ,ଭାରପ୍ରାପ୍ତ ଥାନା ଅଧିକାରୀ ଡାକ୍ତର ଖୁସବୁ ଅଗ୍ରୱାଲ(ଦାନ୍ତ ବିଶେଷଜ୍ଞ),ସ୍ଥାନୀୟ ଡାକ୍ତର ଆୟୁଷ, ଫାର୍ମାସିଷ୍ଟ, ସୁପରଭାଇଜର,ସମସ୍ତ ସି.ଏଚ.ଓ ଏବଂ ସମସ୍ତ ଏ.ଏନ.ଏମ ଉପସ୍ଥିତ ଥିଲେ lଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ର ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ତମାଖୁ ଦ୍ଵାରା ଘଟୁଥିବା ରୋଗ ଗୁଡିକ ଯୁବ-ସମାଜରେ କିପରି ପ୍ରଭାବ ପକାଉଅଛି ଏବଂ ଏହାର ପ୍ରତିକାର ବିଷୟରେ ତାଲିମ ଦେଇଥିଲେ l ଏହାସମେତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶ୍ରୀମତୀ ନଳିନୀପ୍ରଭା ମେହେର ଏବଂ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଉକ୍ତ ତାଲିମକେନ୍ଦ୍ର ଅନୁଷ୍ଠିତ ହୋଇଥିଲା ଏବଂ ଆଶା ଓ ପଞ୍ଚଯାତ କଲେଜ ଓ ହାଇସ୍କୁଲ ର ଛାତ୍ର/ଛାତ୍ରୀ ମାନଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହାସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ବୃନ୍ଦମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
 

Recent Comments

Leave Comments

Top