କଣିହାଁ/୨୦/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଏନଟିପିସି କଣିହାଁ ପକ୍ଷରୁ ପିଟିଏସ ଦିପତରଙ୍ଗ ହଲଠାରେ ବୁଧବାର ସାମ୍ବାଦିକ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟଅତିଥିଭାବେ ଏନଟିପିସି କଣିହାଁ ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ କେ.ଏନ ରେଡି ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ ଅନ୍ୟତମ ଅତିଥିଭାବେ ସମର୍ପିତା ଦିୱାସି ଜିଏମ ପ୍ରୋଜେକ୍ଟ,ମାନବସମ୍ବଳ ମୁଖ୍ୟ ନବନୀତ କୁମାର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ lକାର୍ଯ୍ୟକ୍ରମକୁ ମାନବସମ୍ବଳ ଏଜିଏମ ଏଚଆର ସୁଜିତା ରଥ ପ୍ରଥମେ ସ୍ୱାଗତ ଭାଷଣ ସହିତ ଅତିଥି ପରଚୟ କରି ସ୍ଥାନୀୟ ଅଞ୍ଚଳର କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ରେ ଅଞ୍ଚଳର ସଂସ୍କୃତିକ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ lଏନଟିପିସି କଣିହାଁ ର କାର୍ଯ୍ୟ,ଦକ୍ଷତା,ସଫଳତା ଓ ବିକାଶ ମୂଳକ ପଦକ୍ଷେପ ଉପରେ ଏକ ସଂକ୍ଷିପ୍ତ ସୂଚନା ପ୍ରଦା କରି ଭିଡିଓ ମାଧ୍ୟମରେ ଉପସ୍ଥାପନା କରିଥିଲେ,ସାମାଜିକ ଦାଇତ୍ୱ ବୋଧତା ଯୋଜନାର ପୂର୍ଣ୍ଣ ବିବରଣୀ ଗଣ ମାଧ୍ୟମ ଙ୍କୁ ସୂଚନା ଦେଇଥିଲେ lଶ୍ରୀ ରେଡି ତାଙ୍କ ଶେଷ ବକ୍ତବ୍ୟରେ ଗଣ ମାଧ୍ୟମ ଭାଇ ଚାରାକୁ ସେମାନଙ୍କର ନିରନ୍ତର ସମର୍ଥନ,ସହଯୋଗ ଏବଂ ଗଠନ ମୂଳକ କାର୍ଯ୍ୟ ପାଇଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଥିଲେ lଏନଟିପିସି କଣିହାଁ ର ପଦକ୍ଷେପ, ସଫଳତା,ଏବଂ ସାମ୍ପ୍ରଦାୟ ଦାୟିତ୍ୱ ବୋଧତାର ପ୍ରୟାସ ବିଷୟରେ ସଚେତନତା କୁ ପ୍ରକାଶ କରିବାରେ ଗଣମାଧ୍ୟମ ର ଗୁରୁତ୍ୱପୂର୍ଣ ଭୂମିକା କୁ ସ୍ୱୀକାର ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l
Recent Comments