logo
add image
ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜନ୍ମ ଜୟନ୍ତୀ ପାଳିତ:୫୦ୟୁନିଟ ରକ୍ତ ସଂଗ୍ରହ 

ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜନ୍ମ ଜୟନ୍ତୀ ପାଳିତ:୫୦ୟୁନିଟ ରକ୍ତ ସଂଗ୍ରହ 

ପଦ୍ମପୁର/୨୦/୧୧/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ଡିଲେଶ୍ୱର ବାଗ)ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟରଞ୍ଜନ ସିଂ ବରିହା ଙ୍କ ୬୮ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଓ ତାଙ୍କ ଭାଇ ଭୋଜରାଜ୍ ସିଂ ବରିହା ପ୍ରଥମେ ରାଜଘାଟ ସ୍ଥିତ ସ୍ବର୍ଗତ ବରିହାଙ୍କ ସମାଧି ପୀଠ ଓ ବଡବନ୍ଧ ଠାରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ପରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର କୁ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଙ୍କ ସହ ଉଦ୍ଘାଟନ କରିଥିଲେ।ଏହି ଅବସରରେ ସ୍ବର୍ଗତ ବରିହାଙ୍କ ଙ୍କ ବାଲ୍ୟବନ୍ଧୁ ସମୂହ ଯୋଗଦେଇଥିଲେ।ଏହି ଶିବିରରୁ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପଦ୍ମପୁର ରକ୍ତ ଭଣ୍ଡାର ର ସଂଗ୍ରାମ କେଶରୀ ମହନ୍ତ,ସୁମିତ ସିହ୍ନା,ଦିପକ ସାହୁ ରକ୍ତ ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ମହାନ୍ତି,ବେଣୁ ମାଧବ ଦୋରା,ରବି ନାରାୟଣ ଦୋରା,ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,କିଶୋର ମେହେର,ନିରୋଜ ଦ୍ୱାରା ପ୍ରମୁଖ ଯୋଗ ଦେଇଥିବା ବେଳେ ଭରତ ପଣ୍ଡା,ସର୍ଜୁ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ,ଦୁଷ୍ମନ୍ତ ପଟେଲ,ଚନ୍ଦନ ଚାନ୍ଦ,ଶିବାଶିଷ ପଟ୍ଟନାୟକ,ଲୋକନାଥ ମେହେର,ବବଲୁ ହୋତା ପରିଚାଳନାରେ ସହଯୋଗ କରିଥିଲେ।
 

Recent Comments

Leave Comments

Top