ସୁବର୍ଣ୍ଣପୁର/୧୬/୧୧/୨୦୨୫(ଆଧାର ମିଡ଼ିଆ)ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍ ଦିବସ ୨୦୨୫ ପାଳିତ ହୋଇଛି।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଅର୍ଜୁନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ସମ୍ପାଦକ ବ୍ୟୋମକେଶ ଦାଶ,ପର୍ଶୁରାମ ମିଶ୍ର,ମୁଖ୍ୟବକ୍ତା ଭାବେ OTV (ଓଟିଭି )ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ମନୋରଞ୍ଜନ ଯୋଶୀ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ଭ୍ରମାତ୍ମକ ଖବର ପରିବେଷଣ ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତା ବିଷୟରେ ଅଭିଭାଷଣ ରଖିବା ସହ ଦୈନନ୍ଦିନ ଜୀବନରେ ସାମ୍ୱାଦିକ ମାନଙ୍କ ସମସ୍ୟା ବିଷୟରେ ଉପସ୍ଥାପନା କରିଥିଲେ ଓ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ରାମ ଶଙ୍କର ଭୋଇ ଧନ୍ୟବାଦ ଦେଇଥିଲେ।ଜିଲ୍ଲା ସାମ୍ବାଦିକ ସଂଘର ଦିଲ୍ଲୀପ ପାତ୍ର,ମୃତ୍ୟୁଞ୍ଜୟ ଶତପଥି,ରାଜ କିଶୋର ତ୍ରିପାଠୀ,ରତନ ପଟ୍ଟନାୟକ, ବିବେକାନନ୍ଦ ମିଶ୍ର,ସ୍ଵାଧୀନ ମେହେର,ମହାଦେବ ମଲ୍ଲିକ,ନବ ମିଶ୍ର,ରଞ୍ଜନ ବାରିକ,ରବୀନ୍ଦ୍ର ହୋତା,ଶେଷଦେବ ବାରିକ,ପିତାମ୍ବର ମହାପାତ୍ର,ସନ୍ତୋଷ ମିଶ୍ର, ସଞ୍ଜୟ ସାହୁ,ରଞ୍ଜନ ହୋତା,ପିନାକୀ ପଣ୍ଡା,ସହଦେବ ମେହେର,ସରୋଜ ପ୍ରଧାନ,ସୁଶାନ୍ତ ପଣ୍ଡା ପ୍ରମୁଖ ଙ୍କ ସହ ଜିଲ୍ଳାର ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
Recent Comments