ବଲାଣି/ବଡବିଲ/୨୫/୧୧/୨୫(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଭଦ୍ରାସାହି ରୁ ବଡବିଲ ବଙ୍ଗଳା ଛକ ଏବଂ ଆଖ ପାଖ ମୁଖ୍ୟ ଛକ ରେ ବାହାନ ଗୁଡ଼ିକର ଗତି ନିୟନ୍ତ୍ରଣ ନିମନ୍ତେ ରେଡ ସିଗ୍ନାଲ ଟ୍ରାଫିକ ଲାଇଟ୍ ଲଗା ଯାଇଛି,ଯାହାକି ପ୍ରାୟ ଦଶ-ପନ୍ଦର ଦିନ ରୁ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଯାଇଛି lଏହା ବ୍ୟତୀତ ପରିବହନ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ପୌରପାଳିକା କାର୍ଯ୍ୟାଳୟ ଆଦି ଛକ ଗୁଡିକରେ ଲାଗିଥିବା ରେଡ ସିଗ୍ନାଲ ଲାଇଟ୍ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଥିବାର ଦେଖିବାକୁ ମିଳିଛି lସୂଚନା ଯୋଗ୍ୟ ଯେ,ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟରେ ଶୁନ୍ୟ ମୃତ୍ୟୁ ଦୁର୍ଘଟଣା ଅଭିଯାନ ୧୬ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଛି l ଯେଉଁଥିରେ ସଡ଼କ ସୁରକ୍ଷା ନିୟମ ର ପାଳନ କରୁ ନ ଥିବା ବାହାନ ଚାଳକ ମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ lହେଲେ ଏଠାରେ ସିଧସଳଖ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଉକ୍ତ ରେଡ ସିଗ୍ନାଲ ଲାଇଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି ତେବେ କାର୍ଯ୍ୟାନୁଷ୍ଠାନ କାହା ପ୍ରତି କରାଯିବ ?ବୁଦ୍ଧିଜୀବୀ ମହଲରେ ଏହା ଏକ ଚର୍ଚ୍ଚା ର ବିଷୟ ହେଲେ ମଧ୍ୟ ଉକ୍ତ ରେଡ ସିଗ୍ନାଲ ଲାଇଟ୍ ଗୁଡ଼ିକ ର ମରାମତି ତିଆରି କରିବା ପାଇଁ ଦାବି ହେଉଥିବାର ପ୍ରକାଶ ପାଉଛି l
Recent Comments