logo
add image
ଦୁଇ ହାଇୱା ମଧ୍ୟରେ ଧକ୍କା ଅଳ୍ପକେ ବର୍ତ୍ତିଲେ ଚାଳକ।

ଦୁଇ ହାଇୱା ମଧ୍ୟରେ ଧକ୍କା ଅଳ୍ପକେ ବର୍ତ୍ତିଲେ ଚାଳକ।

ଯୋଡ଼ା ୧୦/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ଟଙ୍କଧର ପାତ୍ର) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅଧୀନସ୍ତ ୫୨୦ ନମ୍ୱର ଜାତୀୟ ରାଜପଥ ନିକଟରେ ଥିବା ବିଆରପିଏଲ କମ୍ପାନୀ ପ୍ଲାଣ୍ଟ ନିକଟରେ ମଙ୍ଗଳବାର ରାତ୍ରୀ ସମୟରେ ଗୁଆଲି ପଟୁ ଏକ  ଲୁହାପଥର ବଝେଇ ହାଇୱା ଟ୍ରକ ଆସୁଥିଲା ସେହି ସମୟରେ ଅସୁରକ୍ଷିତ ଅନ୍ୟ ଏକ ହାଇୱା ଟ୍ରକ ରାସ୍ତାର ଆର ପାରିକୁ ଡିଭାଇଡର ଉପରେ ଚଢ଼ି ଯାଉଥିଲା ସେହି ସମୟରେ ଅନ୍ୟ ଆଡୁ ଆସୁଥିବା ହାଇୱା ଟ୍ରକଟି ଧକ୍କା ଦେଇଥିଲା ଯାହାଫଳରେ ଉଭୟ ଗାଡ଼ିରେ ମାଡ଼ ହୋଇ କେବିନ୍ ଟି ଭାଙ୍ଗି ଯାଇଥିଲା ଓ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ। ଏହି ଏହି ୫୨୦ ନମ୍ୱର ଜାତୀୟ ରାଜପଥ ଏବେ ବିପଦପୂର୍ଣ୍ଣ ସଡ଼କ ଭାବରେ ପରିଗଣିତ ହେଉଛି। ପ୍ରଶାସନର ନିଦ ଭାଙ୍ଗୁ ନାହିଁ କି ସଡ଼କ ପରିବହନ ବିଭାଗର କୌଣସି ଚେତା ପଶୁ ନାହିଁ। ଏଥିରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ବାଟଇ ଟେ ମଧ୍ୟ ସେହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି।

Recent Comments

Leave Comments

Top