logo
add image
ପୁଣି ଗଡିଲା ମୁଣ୍ଡ ,୫୨୦ ନମ୍ୱର ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା।

ପୁଣି ଗଡିଲା ମୁଣ୍ଡ ,୫୨୦ ନମ୍ୱର ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା।

ଯୋଡ଼ା/କେନ୍ଦୁଝର,୦୨/୧୧/୨୦୨୪(ଆଧାର ମିଡ଼ିଆ-ଟଙ୍କଧର ପାତ୍ର)କେନ୍ଦୁଝର ଜିଲ୍ଲାର ୫୨୦ ନମ୍ୱର ଜାତୀୟ ରାଜପଥ ଏବେ ପାଲିଟିଛି ମରଣଯନ୍ତା।ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଦୈନ ଦିନ ହଜାର ହଜାର ଟ୍ରକ ଖଣିଜ ପଦାର୍ଥ ପରିବହନ ନିମନ୍ତେ ଚଳା ଚଳ କରିଥାନ୍ତି କିନ୍ତୁ ଅତି ଦୁଃଖଦ ବିଷୟ ଭାରିଯାନ ଚାଳକ ବେଆଇନ ଭାବରେ ଗାଡ଼ି ଚଳା ଚଳ କରୁଥିବା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି। ଏହିଭଳି ଏକ ଘଟଣା ବଡ଼ବିଲ ତହସିଲ ଅଧୀନସ୍ଥ ୫୨୦ ନମ୍ୱର ଜାତୀୟ ରାଜପଥ ରୁଗୁଡ଼ି ଥାନା ଠାରୁ କିଛି ଦୂରରେ ଏକ ଅଜଣା ଭାରିଜାନ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ସମୟରେ ଧକ୍କା ଦେଇ ଚଂପଟ ମାରିଛି।ଏହାପରେ ଘଟଣା ସ୍ଥଳରେ ହିଁ ସେହି ବ୍ୟକ୍ତିର ମୃତ୍ୟୁ ଘଟିଥିଲା। ରୁଗୁଡ଼ି ଥାନା ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ, ପୋଲିସ ପ୍ରଶାସନ ପହଞ୍ଚିବା ପରେ ସେଠାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା,ସେହି ସ୍ଥାନରେ ସହ ସହ ଟ୍ରକ ବେଆଇନ ଭାବରେ ପାର୍କିଂ କରିଥାନ୍ତି ଓ ସାଧାରଣ ଧନ ଜୀବନକୁ ନଷ୍ଟ କରିଥାନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏବେ ସାଧାରଣ ଲୋକେ ସେହି ରାସ୍ତାରେ ଚାଲି ଯିବାକୁ ଭୟ କରୁଛନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହି ବେଆଇନ ଭାବରେ ଭାରିଯାନ ଚଳାଉଥିବା ଚାଳକ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ସାଧାରଣ ଲୋକଙ୍କୁ କେତେ ସୁରକ୍ଷିତ ରଖୁଛନ୍ତି।

Recent Comments

Leave Comments

Top