ଯୋଡ଼ା/କେନ୍ଦୁଝର ୨୮/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ଟଙ୍କଧର ପାତ୍ର) କେନ୍ଦୁଝର ଜିଲ୍ଲା ଏକ ଖଣି ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ହଜାର ହଜାର ଭାରିଯାନ ମାଲ ପରିବହନ ନିମନ୍ତେ ଚଳାଚଳ କରିଥାନ୍ତି କିନ୍ତୁ କିଛି ଚାଳକ ମାନେ ବେଆଇନ ଭାବରେ ଭାରିଯାନ ଚଳାଚଳ କରୁଥିବାରୁ ସର୍ବଦା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ଏହିଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ୫୨୦ ନମ୍ୱର ଜାତୀୟ ରାଜପଥ ଭାଦ୍ରାସାହି ଠାରୁ ଗୁଆଲୀ,ରୁଗୁଡ଼ି ମଧ୍ୟରେ ଦେଖିବାକୁ ମିଳିଥିଲା। ଏହି ରାସ୍ତାରେ ସର୍ବଦା ବିଦ୍ୟାଳୟର ଛାତ୍ରଛାତ୍ରୀ,ବସ ଯାତ୍ରୀ ଓ ଦୁଇଚକୀୟା ମଟର ସାଇକଲ ଚାଳକ ହଇରାଣ ହୋଇଥାନ୍ତି କାରଣ ଭଦ୍ରାସାହି ଠାରୁ ଆରମ୍ଭ କରି ରୁଗୁଡି ପର୍ଯ୍ୟନ୍ତ ଭାରିଯାନ ଚାଳକ ବଡ଼ ବଡ଼ ଟ୍ରକ କୁ ଅବ୍ୟିଧ ଭାବରେ ପାର୍କିଂ କରିବା, ଡିଭାଇଡର ଭାଙ୍ଗି ଗୋଟିଏ ପକ୍ଷରୁ ଅନ୍ୟ ପକ୍ଷକୁ ଯିବା ଆସିବା କରିଥାନ୍ତି। ଯାହାଫଳରେ ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଜାମରେ ଫସି ରହିଥାନ୍ତି ।ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କିଛି ପୋଲିସ କୁ ମୁତୟନ କରିଥାନ୍ତି କିନ୍ତୁ ଏହି ସବୁ ଘଟଣାକୁ ଅଣଦେଖା କରିଥାନ୍ତି। ଯାହାଫଳରେ ସମସ୍ୟାର କୌଣସି ସମାଧାନ ହୋଇ ପାରୁ ନାହିଁ। ଦେଖିବାକୁ ବାକି ପ୍ରଶାସନ କେବେ ଏହା ପ୍ରତି ଦୃଷ୍ଟି ଦେବେ ଓ ଏହି ସମସ୍ୟାକୁ ସମାଧାନ କରିବେ।
Recent Comments