ବଲାଣୀ/କେନ୍ଦୁଝର/୨୬/୧୧/୨୫(ଆଧାର ଓଡିଶା//ରିପୋର୍ଟ-ରାଜେନ୍ଦ୍ର ନନ୍ଦ) ସାରା ଭାରତ ରେ ଗଣ ପର୍ବ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନ ସିପ ସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ସ୍ଥାପନା କରାଯାଇଥିବା ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ଖୁବ ଆଡମ୍ବର ସହିତ ଗଣ ପର୍ବ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ପରିଷଦ ପଞ୍ଜିକୃତ ସେବସ୍ତମ୍ବ ବଲାଣି ତତ୍ତ୍ଵାବଧାନରେ ସ୍ଥାପିତ ହୋଇଥିବା ଭାରତ ରତ୍ନ ବାବା ସାହେବ ଡ଼.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପରିସରରେ ବୁଧବାର ଦିନ ପୂର୍ବାହ୍ନ ପ୍ରାୟ ୧୧ ଘଟିକା ରେ କରାଯାଇଥିଲା lଚଳିତ ବର୍ଷ ୭୬ ତମ ଗଣ ପର୍ବ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପ୍ରବେଶ କରିଥିବା ବେଳେ ସଂଖ୍ୟାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇ ପାଳନ କରିଥିବାର ଦେଖିବାକୁ ମିଳିଛି lଏହି ଅବସରରେ ବଲାଣି ଲୌହ ଖଣି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ମଲ୍ଲା ଶ୍ରିନିବାସୁ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ ମଲ୍ଲା ଉଷାଶ୍ରୀ (ସଭାପତି ମହିଳା ସମାଜ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ଆନନ୍ଦ କୁମାର ଉପସ୍ଥିତ ଥିଲେ lପ୍ରାରମ୍ଭରେ ବଲାଣି ଶାଖା ସେବସ୍ତମ୍ଭ ର ସଭାପତି ଶ୍ରୀ ନିଶାକର କରୁଆ ଉପସ୍ଥିତ ଅତିଥି ଗଣ ଙ୍କୁ ସ୍ବାଗତ କରିଥିବାର ଦେଖିବାକୁ ମିଳିଥିଲା lମୂଖ୍ୟ ଅତିଥି ଦୀପ ପ୍ରତ ଜ୍ୱଳିତ୍ କରି ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ lଏହାପରେ ବଲାଣି ଲୌହ ଖଣି ର ବିଭିନ୍ନ ବିଭାଗ ର ଅଧିକାରୀ,ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ତଥା ମହିଳା ସମିତି ର ମହିଳା ସଦସ୍ୟ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ lଏହି ଅବସରରେ ଗରିବ, ଅସହାୟ,ବରିଷ୍ଠ ନାଗରିକ ଓ ମହିଳା ମାନଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସ୍ବାଗତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଶ୍ରି ମଲ୍ଲା ଓ ଶ୍ରୀ ଆନନ୍ଦ କୁମାର ବାବା ସାହେବ ଙ୍କ ପ୍ରଶଂସା କରିବା ସହ ମଣିଷ ଜୀବନର ମୌଳିକ ଅଧିକାର ବିଷୟ ରେ ଆଲୋକପାତ କରିଥିଲେ lଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଗଣ ଏକତ୍ରିତ ହୋଇ ଶପଥ ପାଠ କରି କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ lଉପସ୍ଥିତ ଅତିଥି ଗଣ ଓ ସ୍ଥାନୀୟ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଶେଷରେ ବଲାଣି ସେବା ସ୍ତମ୍ବ ର ସଭାପତି ଶ୍ରୀ ନିଶାକର କରୁଆ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ lଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଫଳ କରିବା ପାଇଁ ସେବାସ୍ତମ୍ବ ର ଅମରଜିତ୍ ଶର୍ମା,ଏନ.କେ ପୂର୍ତ୍ତି,ସୁଶାନ୍ତ ନାୟକ,ରାଜେଶ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l
Recent Comments