ପିପିଲି/୨୬/୧୧/୨୦୨୫(ଆଧାର ମିଡ଼ିଆ)ସମ୍ବିଧାନ ହେଉଛି ଆମ ଦେଶର ସର୍ବୋଚ୍ଚ ଆଇନ।ଯାହା ସରକାର ଓ ନାଗରିକଙ୍କ ଅଧିକାର ଏବଂ କର୍ତ୍ତବ୍ୟ ପାଇଁ ଢାଞ୍ଚା ସ୍ଥାପନ କରିଥାଏ ବୋଲି କହିଛନ୍ତି ପିପିଲି ସହକାରୀ ଦୌରା ଜଜ ବିଶେଷ କୁମାର ସାହୁ।ଆଜି ପୂର୍ବାହ୍ନରେ କୋର୍ଟ ପରିସରରେ ହୋଇଛି ସମ୍ବିଧାନ ଦିବସ।ଆୟୋଜନ ଏହି କାର୍ଯ୍ୟକ୍ରମରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ବର୍ଣ୍ଣ ପ୍ରଭା ସ୍ୱାଇଁ ରହିଥିବା ବେଳେ ବରିଷ୍ଠ ଆଇନ ଯିବି ରଶାନ୍ତ କିଶୋର ପରିଡା,ସୂର୍ଯ୍ୟ ନାରାୟଣ ନାୟକ,ବୀରେନ୍ଦ୍ର ଭୁଜବଳ,ରମେଶ ଚନ୍ଦ୍ର ଦାଶ,ବିନାୟକ ପ୍ରଧାନ,ବସନ୍ତ କୁମାର ପରିଡା,ଶିବସୁନ୍ଦର ଜେନା ଏବଂ ଅନ୍ୟ ଆଇନ ଯିବି,ମୋହରିର ଉଭୟ କୋର୍ଟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଥିଲେ।ଏହି ଅବସରରେ ପିପିଲି ସହକାରୀ ଦୌରା ଜଜ ଶ୍ରୀ ସାହୁ ଆମ ସମ୍ବିଧାନ ର ପ୍ରସ୍ତୁତି,ଗରୀମା ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ଆମ ସମ୍ବିଧାନ ବିଶ୍ବ ର ସବୁଠାରୁ ଦୀର୍ଘ ଲିଖିତ ଜାତୀୟ ସମ୍ବିଧାନ ବୋଲି କହିଥିଲେ।ଆମ ସମ୍ବିଧାନ ଏକ ସାର୍ବଭୌମ, ସମାଜବାଦୀ,ଧର୍ମ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆମକୁ ସ୍ବୀକୃତି ଦେଇଛି।୧୯୪୯ ମସିହା ୨୬ ନଭେମ୍ବରରେ ଏହା ଗୃହୀତ ହେବା ସହ ୧୯୫୦ ଜାନୁଆରୀ ୨୬ ରେ କାର୍ଯ୍ୟକାରୀ ହୋଇଥିଲା ବୋଲି ସେ କହିବା ସହ ସମସ୍ତଙ୍କୁ ସମ୍ବିଧାନ ଶପଥ ପାଠ କରାଇଥିଲେ।
Recent Comments