logo
add image
ଡେରଙ୍ଗ ତ୍ରିରଙ୍ଗା କ୍ରିକେଟ ର ଫାଇନାଲ ରେ ସୁହାନି ଇଲେଭେନ ୱେଷ୍ଟ ବେଙ୍ଗଲ ଚାମ୍ପିୟାନ

ଡେରଙ୍ଗ ତ୍ରିରଙ୍ଗା କ୍ରିକେଟ ର ଫାଇନାଲ ରେ ସୁହାନି ଇଲେଭେନ ୱେଷ୍ଟ ବେଙ୍ଗଲ ଚାମ୍ପିୟାନ

କଣିହାଁ/୧/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମ ତ୍ରିରଙ୍ଗା କ୍ରିକେଟ କ୍ଳବର ୨୮ତମ ବାର୍ଷିକ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ଭାବେ,ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଧାର୍ମିଣୀ ତଥା ବିକାଶ ଫାଉଣ୍ଡେସନ ର ଅଧକ୍ଷା, ମୁର୍ଦୁଳା ଠାକୁର ପ୍ରଧାନ,ପୂର୍ବାହ୍ନ ସାଢେ ୧୧ଟା ରେ ଯୋଗ ଦେଇ ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ,ଅପରାହ୍ନରେ ସ୍ୱତନ୍ତ୍ର ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ଢେଙ୍କାନାଳ ସାଂସଦ ଙ୍କ ପ୍ରତିନିଧି ତ୍ରିପୁରାରି ପ୍ରଧାନ,ଜେଆଇପିଏଲ ର ଭାଇସ ପ୍ରେସିଡେଣ୍ଟ ସୁରେଶ କୁମାର ବଂଶଲ ଏବଂ ରାଜ୍ୟ ବିଜେପି ସମ୍ପାଦିକା ରୋଜାଲିନ ଦାଶ ଯୋଗଦାନ କରିଥିଲା, ନୂତନ କ୍ରିକେଟ କ୍ଳବ ପାଇଁ ଜିନ୍ଦଲ ଦେଇଥିବା ୨0ଲକ୍ଷ ଟଙ୍କାକୁ ବିଧାୟକ ଅଶୋକ ମହାନ୍ତି ମଞ୍ଚରେ ଘୋଷଣା କରିଥିଲେ ଏବଂ ଅତିଥି ଙ୍କ ଦ୍ୱାରା କ୍ଳବଘର ପାଇଁ ଭୂମି ପୂଜନ ହୋଇଥିଲା lଏହି ଫାଇନାଲ ମ୍ୟାଚ ଦୁଇ ଥାକିଆ ବିଶିଷ୍ଟ ୪ଟି ଟିମକୁ ନେଇ ଖେଳ ହୋଇଥିଲା ବେଳେ,ସୁହାନି ଇଲେଭେନ ୱେଷ୍ଟବେଙ୍ଗଲ ଏବଂ କମାଣ୍ଡୋ ଇଲେଭେନ ଭୁବନେଶ୍ୱର ଫାଇନାଲ ଖେଳିଥିଲେ,ଏଥିରେ ପ୍ରଥମେ ସୁହାନି ଇଲେଭେନ ବ୍ୟାଟିଙ୍ଗ କରି  ୮ ଓଭର ରେ ୪ ଉଇକେଟ ହରାଇ ୧୦୯ ରନ କରିଥିଲା ବେଳେ,କାମାଣ୍ଡୋ ଇଲେଭେନ ୮ ଓଭରରେ ୬ ଉଇକେଟ ହରାଇ ୭୦ ରନ କରି ଉପ ବିଜେତା ହୋଇଥିଲା,ସୁହାନି ଇଲେଭେନ ୱେଷ୍ଟ ବେଙ୍ଗଲ ଦଳ ଚାମ୍ପିୟାନ ଘୋଷଣା ହୋଇଥିଲା l ମ୍ୟାଚ ୮ ଓଭର  ବିଶିଷ୍ଟ ଖେଳ ହୋଇଥିଲା, ସୁହାନି ଇଲେଭେନ ର କୁନା ସାହୁ,  ମ୍ୟାନଉପଦ ମ୍ୟାଚ ବିବେଚିତ ହୋଇଥିବା ବେଳେ, ରାକେଶ ବେହେରା ମ୍ୟାନଉପଦ ସିରିଜ ଘୋଷଣା ହୋଇଥିଲେ lଚାମ୍ପିୟାନ ଦଳକୁ ୫0 ହଜାର ଟଙ୍କା ସହିତ ଚାମ୍ପିୟାନ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ ଏବଂ ରନର୍ସ ଦଳକୁ ୩୦ ହଜାର ଟଙ୍କା ସହିତ ରନର୍ସ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ lବବୁଲ ସାହୁ,ସରୋଜ ଦାଶ, ଜ୍ଞାନରଞ୍ଜନ ବିଶ୍ୱାଳ,ପିଙ୍କୁ ଦାଶ ଖେଳ ପରିଚାଳନା କରିଥିଲେ,ଏବଂ କ୍ରିକେଟ ବାଣୀ ଗ୍ରୁପ ମୋବାଇଲ ୟୁଟୁବରେ, ଖେଳ ପ୍ରସାରଣ କରିଥିଲେ,ଏଥିରେ  ନିମଂତ୍ରୀ ଅତିଥି ଭାବେ ଡେରାଙ୍ଗ ଜିପି ସରପଞ୍ଚ ସଂଯୁକ୍ତା ବେହେରା,ନାଏବ ସରପଞ୍ଚ ବୁଲୁ ସାହୁ, ସମିତି ସଭ୍ୟ ସନ୍ତୋଷ ନାଏକ,ଡେରଙ୍ଗ ଗ୍ରାମ ସଭାପତି ପ୍ରଶ୍ନ ନାୟକ,ସମ୍ପାଦକ ସୁଜିତ ସାହୁ ,ତ୍ରିରଙ୍ଗା କ୍ରିକେଟ କ୍ଳବ ସଭାପତି ପବିତ୍ର ମୋହନ ସାହୁ, ବିଛାନ୍ଦ ସାହୁ,ଶ୍ୟାମ ସୁନ୍ଦର ସାହୁ,ଶିବରାମ ଦାଶ ସୁରେଶ ସାହୁ, ଟିକନ ମହାନ୍ତି,ସୁମନ୍ତ ମହାନ୍ତି,ଧର୍ମେନ୍ଦ୍ର ସାହୁ,ତ୍ରିରଙ୍ଗା କ୍ଳବ ମ୍ୟାନେଜର ଗୁଲେଖ ସାହୁ,ସନ୍ତୋଷ  ବେହେରା,କାନ୍ଦର୍ପ ବେହେରା,ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ,ତ୍ରିରଙ୍ଗା କ୍ରିକେଟ କ୍ଳବ ର  ଅନିଲ ସାହୁ,ସୁନୀଲ ସାହୁ,ଅକ୍ଷୟ  ନାଏକ ଝୁନା ସାହୁ,ମଞ୍ଜିତ ସାହୁ,ନଗେନ ସାହୁ,ରମେଶ ବେହେରା ସହିତ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
 

Recent Comments

Leave Comments

Top