logo
add image
ପୁରୀ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ପୁରୀ/୩୦/୧୧/୨୦୨୫(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଆଜି ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଯୁବବର୍ଗ ଙ୍କ ପ୍ରତିଭାର ଉନ୍ମେଷ ଦିଗରେ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।ପ୍ରତ୍ୟେକ ପିଲା ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି।ଏହାର ପରିପ୍ରକାଶ ପାଇଁ ଏହିଭଳି ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।ପିଲା ଉପରେ ବାପା ମା ଅଯଥା ଚାପ ନ ଦେଇ ତା ଆଗ୍ରହ ର ଶିକ୍ଷା ଲାଭ ଦିଗରେ ସହାୟକ ହେଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ସେ କହିଥିଲେ।ଅନ୍ୟତମ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୁବ ଉତ୍ସବ ମାଧ୍ୟମରେ ଯୁବବର୍ଗ ଙ୍କ ସ୍ବପ୍ନ ଓ ଇଛା କୁ ପୂର୍ଣ୍ଣ କରିବାର ସୁଯୋଗ ରହିଥାଏ।ଆଜି ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ରୁ ଚୟନ ହୋଇ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ।ତେଣୁ ସମସ୍ତ ପ୍ରତିଯୋଗୀ ଯେ କୌଣସି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ କରିବାକୁ ସେ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ ଓ ଯୁବ ଉତ୍ସବ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଏନଏସଏସ ଅଫିସର ଗୋଲକ ବିହାରୀ ପଲେଇ  ପ୍ରମୁଖ ଯୋଗ ଦେଇଥିଲେ।ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପରେ ଅପରାହ୍ନ ରେ ପୁରସ୍କାର ପ୍ରଦାନ କରାଯାଇଥିଲା।କବିତା ରଚନା ରେ ପୁରୀ ମୁନିସିପାଲଟି ର ଆର୍ଯ୍ୟମାନ କର ପ୍ରଥମ,ପିପିଲି ଏନଏସିର ସ୍ବର୍ଣ୍ଣ ଲତା ନାୟକ ଦ୍ୱିତୀୟ, ସତ୍ୟବାଦୀ ବ୍ଲକର ବବିତା ବାରିକ ତୃତୀୟ, ଗଳ୍ପ ରଚନା ରେ କୋଣାର୍କ ଏନଏସିର ବୈଶାଖୀ ପ୍ରସାଦ ପ୍ରଥମ, ପୁରୀ ମୁନିସିପାଲଟି ର ଚିନ୍ମୟୀ ପଣ୍ଡା ଦ୍ୱିତୀୟ, ସତ୍ୟବାଦୀ ବ୍ଲକ ର ବିଶ୍ବ ସାହୁ ତୃତୀୟ,ବକ୍ତୃତା ରେ ବ୍ରହ୍ମଗିରି ବ୍ଲକ ର ଅକ୍ଷୟ ପରିଡା ପ୍ରଥମ,ସତ୍ୟବାଦୀ ବ୍ଲକ ର ଅନ୍ନପୂର୍ଣ୍ଣା ରଥ ଦ୍ୱିତୀୟ,ପିପିଲି ବ୍ଲକ ର ଜସ୍ମିନ ନୂର ଆଞ୍ଚଲ ତୃତୀୟ,ଚିତ୍ରାଙ୍କନ ରେ ପୁରୀ ମୁନିସିପାଲଟି ର ଅଭୟ ପଣ୍ଡା ପ୍ରଥମ,ବ୍ରହ୍ମଗିରି ବ୍ଲକ ର ଦେବଦତ୍ତ ଲେଙ୍କା ଦ୍ୱିତୀୟ ଓ ସତ୍ୟବାଦୀ ବ୍ଲକର ସାଇ ପ୍ରସାଦ ପଟ୍ଟନାୟକ ତୃତୀୟ, ବିଜ୍ଞାନ ପ୍ରଦର୍ଶନୀ ରେ ବ୍ରହ୍ମଗିରି ବ୍ଲକର ଅଭିପ୍ସା ମହାପାତ୍ର ପ୍ରଥମ,ପିପିଲି ଏନଏସିର ସେକ ରିଜୱ୍ବାନ ଦ୍ୱିତୀୟ,ନିମାପଡା ଏନଏସିର ଶ୍ରୀକାନ୍ତ ଜେନା ତୃତୀୟ, ଲୋକ ସଂଗୀତ ରେ ପିପିଲି ଏନଏସିର ପିୟୂଷ ଦାସ ଓ ସାଥି ପ୍ରଥମ,ସତ୍ୟବାଦୀ ବ୍ଲକ ର ସତ୍ୟରଞ୍ଜନ ଦାଶ ଓ ସାଥି ଦ୍ୱିତୀୟ,ବ୍ରହ୍ମଗିରି ବ୍ଲକର ଅଂଶୁମାନ ମହାନ୍ତି ଓ ସାଥି ତୃତୀୟ ଏବଂ ଲୋକ ନୃତ୍ୟ ରେ ପୁରୀ ସଦର ବ୍ଲକର ବର୍ଷା ପି ମହାରଣା ଓ ସାଥି ପ୍ରଥମ,ପୁରୀ ମୁନିସିପାଲଟି ର ସିପ୍ରା ମିଶ୍ର ଓ ସାଥି ଦ୍ୱିତୀୟ ଓ ଡେଲାଙ୍ଗ ବ୍ଲକ ର ମୌସୁମୀ ବେହେରା ଓ ସାଥି ତୃତୀୟ ସ୍ଥାନ ହାସଲ କରିଥିଲେ।ସମସ୍ତ ବିଜେତା ଦଳକୁ ଟ୍ରଫି,ନଗଦ ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲାର ପ୍ରଥମ ହୋଇଥିବା ଦଳ ଗୁଡିକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଓ ରାଜ୍ୟର ଶ୍ରେଷ୍ଠ ଦଳ ମାନେ ଜାତୀୟ ସ୍ତର ପାଇଁ ଯୋଗ୍ୟ ହେବେ ବୋଲି ଜିଲ୍ଲା କ୍ରିଡା ଅଧିକାରୀ ସୂଚନା ଦେଇଥିଲେ।
 

Recent Comments

Leave Comments

Top