ପୁରୀ/୦୨/୧୨/୨୦୨୫(ଆଧାର ମିଡ଼ିଆ) ପାରିବାରିକ କଳହକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି.ସେହି ଅଭିଯୋକୁ ଭିତି କରି ଥାନା ଆଇଆଇସି ଦିବ୍ୟରଞ୍ଜନ ପଣ୍ଡା ପୃଥକ ପୃଥକ ମାମଲା ଆଗତ କରିଛନ୍ତି.ଅଭିଯୋଗ ଅନୁଯାୟୀ ସୁଚିତ୍ରା ପଣ୍ଡା ନାମକ ବିଭାହିତ ଝିଅ ସ୍ଵାମୀ ବାହାରେ ରହୁଥିବାରୁ ସେ ଛୋଟ ଝିଅ ସହିତ ବାପ ଘର ବିଦ୍ୟାଧର ପୁର(ମହାପାତ୍ର ସାହି)ରେ ବାପା ପ୍ରଫୁଲ୍ଲ ପଣ୍ଡାଙ୍କ ପାଖରେ ରହୁଅଛି।ଗତ ୨୪ ତାରିଖ ସନ୍ଧ୍ୟା ୫ ଘ.ସମୟରେ ଅଭିଯୋଗ କାରିଣୀଙ୍କ ୫ ବର୍ଷର ଝିଅ ଶୁଭଶ୍ରୀ ପଣ୍ଡା ଖେଳୁଥିବା ବେଳେ ପଡିସା ବଡ ବାପା ଙ୍କର ଘର ପଟକୁ ଚାଲି ଯିବାରୁ ବଡ ବାପାଙ୍କର ପୁଅ ସନ୍ତୋଷ କୁମାର ପଣ୍ଡା ଝିଅକୁ ଗାଳିମନ୍ଦ କରି କହିଲା ତୁ କାହିଁକି ଆମ ଘର ପଟକୁ ଆସିଛୁ ବୋଲି କହି ମୋର ଝିଅକୁ ଧରି ଝିଅର ଦୁଇହାତକୁ ଧରି ବାଡିଆ ବାଡି କରୁଥିଲା।ଅଭିଯୋଗ କାରିଣୀ ଛଡାଇବା ପାଇଁ ଯିବାରୁ ସନ୍ତୋଷ ଅଶ୍ଳୀଳ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିଲା. ପ୍ରତିବାଦ କରିବାରୁ ଗାଳିମନ୍ଦ କରି ପାଖକୁ ଚିହିଁକି ଆସିଲା।ସଂଗେସଂଗେ ପେଲାଠେଲା ଓ ଭିଡା ଓଟରା କରି ପିନ୍ଧିଥିବା ନାଇଟିକୁ ଭିଡା ଓଟରା କରି ଚିରାଚିରି କରିଦେଲଥିଲା।ଜୋରରେ ଧରି ପକାଇ ଛାତିକୁ ବିଧା ମାରିଲା।ଧମକ ଦେଇ କହିଲା ଆଜି ଏହିଠାରେ ତୋର ଇଜ୍ଜତ ନେବି କହି ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲା.ସନ୍ତୋଷ ଅଭିଯୋଗ କାରିଣୀଙ୍କ ମାଆ କୁ ଲୁହା ରଡ଼ ରେ ମୁଣ୍ଡକୁ ମାଡ ଦେଇ ଥିଲା ନେଇ ଥାନାରେ ଅଭିଯୋଗ କରି ଛନ୍ତି. ସେହି ଭଳି ସନ୍ତୋଷଙ୍କ ଜେଜେ ବାପା ସାଇକେଲ ସୁଚିତ୍ରା ଙ୍କ ବାପା ଙ୍କ ଘର ଦେଇ ଆଣୁଥିବା ଥିବା ସମୟରେ ସୁଚିତ୍ରଙ୍କ ବାପା ବିରୋଧ କରି ବାରୁ ପାଟି ତୁଣ୍ଡ ହୋଇଥିଲା.ଯାହାକି ଏନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି.
Recent Comments