logo
add image
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ପୁରୀ/୩/୧୨/୨୦୨୫(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତା ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା୦୩.୧୨.୨୦୨୫ ରିଖରେ ଦିବା ୧୧.୩୦ ଘଟିକା ସମୟରେ ଖ୍ରୀଷ୍ଟଜ୍ୟୋତି ଆଶ୍ରମ, ବଳିଆପଣ୍ଡା,ପୁରୀ ଠାରେ ଆଇନ ସେବା ପ୍ରାଧୁକରଣ ତରଫରୁ ଆନ୍ତର୍ଜାତୀୟ ଭିର୍ନକ୍ଷମ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ପରିଚାଳନା କରି ନିଜ ବକ୍ତବ୍ୟରେ ସେଠାକାର ରହୁଥିବା ଅନ୍ତେବାସୀ ମାନଙ୍କର ମାନସିକ ସ୍ୱାସ୍ଥ୍ୟ,ତାର ନିରାକରଣ ଏବଂ ମାନସିକ ବିକାଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଏବଂ ଆଇନ ସେବା ପ୍ରାଧିକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିନ୍ନ ବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ନିଶୁକ୍ତ ଆଇନ ସେବା ଯୋଗ୍ୟ ହିତାଧୁକାରୀ,ଲୋକ ଅଦାଲତ,ମଧ୍ୟସ୍ଥତା କେନ୍ଦ୍ର,ନ୍ୟାୟ ସଂଯୋଗ,୧୫୯୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରିବା ସହ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ସେଠାକାର ଅନ୍ତେବାସୀ ମାନଙ୍କୁ ବିଭିର୍ନ ସରକାରୀ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରାଇବା ସହ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ସେଠାକାର କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ।ଆଜିର ଏହି କାର୍ଯକ୍ରମରେ ଡକ୍ଟର ଅଶୋକ କୁମାର ମିଶ୍ର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ପୁରୀ ପୌରପରିଷଦ,ପୁରୀ.କର୍ମଚାରୀବୃନ୍ଦ,ଅନ୍ତେବାସୀ ମାନେ ଉପସ୍ଥିତ ଥିଲେ।ପରିଶେଷରେ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ।ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୁକାରଣର କର୍ମଚାରୀମାନେ ସହଯୋଗ କରିଥିଲେ।
 

Recent Comments

Leave Comments

Top