logo
add image
ପୁରୀଜିଲ୍ଲା ଶିକ୍ଷା ଓ ସମଗ୍ର କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ ପାଳିତ-୨୦୨୫

ପୁରୀଜିଲ୍ଲା ଶିକ୍ଷା ଓ ସମଗ୍ର କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ ପାଳିତ-୨୦୨୫

ପୁରୀ/୦୩/୧୨/୨୦୨୫(ଆଧାର ମିଡ଼ିଆ)୩/୧୨/୨୦୨୫ ରିଖ ଦିବା ୧୧ ଘଟିକା ସମୟରେ ଜିଲ୍ଲାଶିକ୍ଷା ଓ ସମଗ୍ର ଅଭିଯାନ କାର୍ଯ୍ୟାଳୟ ତରଫରୁ ଭିନ୍ନକ୍ଷମ ଦିବସ ପାଳନ କରାଯାଇଅଛି।ଏଠାରେ ୧୧ଟି ବ୍ଲକରୁ ୧୧୦ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପ୍ରତି ବ୍ଲକ ପିଛା ୧୦ଜଣ ଲେଖାଏଁ ଭାଗନେଇଥିଲେ।ଉକ୍ତ ସଭାରେ ମୁଖ୍ୟ ଅତିଥୁ ଭାବ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଜଗନ୍ନାଥଙ୍କ ମୂର୍ତିରେ ଦୀପ ପ୍ରଜ୍ଜ୍ଵଳନ କରି ଉଦ୍‌ଘାଟନ କରିଥିଲେ।ସମ୍ମାନିତ ଅତିଥ୍ ଭାବରେ ଜିଲ୍ଲା ଶିକ୍ଷାଅଧୂକାରୀ ଦୀପକ କୁମାର ପାଢୀ ଅତିଥିଙ୍କ ପରିଚୟ ଦେଇ ଭିନ୍ନକ୍ଷମ ଦିବସ ଉପରେ ତାତ୍ପର୍ଯ୍ୟ କହିଛନ୍ତି।ସେ କହିଥିଲେ ଯେ ଆଜି ସାରା ବିଶ୍ଵର ଭିନ୍ନକ୍ଷମ ଦିବସ ର ସକ୍ଷମ ହୋଇ ପାଳନ କରାଯାଉଅଛି, ଭିନ୍ନକ୍ଷମ ବ୍ୟକ୍ତି ଯେଉଁମାନେ ଅକ୍ଷମ ଅଛନ୍ତି ସେମାନେ ତାଙ୍କର ସ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଛନ୍ତି।ଯଥା ଭାରତରେ ନିକଟରେ T20 କ୍ରିକେଟ୍ ମ୍ୟାଚ୍‌ରେ ଅନ୍ଧମହିଳା ମାନେ କ୍ରିକେଟ୍ ମ୍ୟାଚ ଜିତିଥିଲେ।ଆମ ଓଡିଶାରେ ୪ ଜଣ ଭାଗନେଇଥିଲେ।ସେ କହିଥିଲେ ଯେ ଆମ୍ଭଶିକ୍ଷାବିଭାଗ ତରଫରୁ ସ୍ବତନ୍ତ୍ର ଶାରିରୀକ ଅକ୍ଷମ ପ୍ରତି ବ୍ଲକରେ ଚିହ୍ନଟ କରି ତାଙ୍କର ଆଭିମୁଖ୍ୟ ଜାଣିବା ପାଇଁ ମୋବାଇଲ ୟୁନିଟ୍ କରାଯାଇଛି ।ଏଣୁ ଏଥିରେ ଆଖୁ ଟେଷ୍ଟ କରି ତାଙ୍କୁ ଚଷମା ଯୋଗାଇ ଦିଆଯାଉ ଅଛି ।ଯାହାର ୭୦% ରୁ ଅଧୁକ ଥୁବା ତାଙ୍କୁ ୫ ହଜାର ଟଙ୍କା ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଯାଉଛି,ଯାହାର ୭୦ ଭାଗ ରୁ କମ୍ ତାଙ୍କୁ ୨ ହଜାର ଟଙ୍କା ଦିଆଯାଉଛି ।ସମ୍ମାନୀୟ ଅତିଥ୍‌ ଭାବରେ ଅତିରିକ୍ତ ସ୍ବାସ୍ଥ୍ୟ ଚିକିତ୍ସକ ଅଧୂକାରୀ ମାନସ ରଞ୍ଜନ ଦାସ କହିଥିଲେ ଯେ ଆମ୍ଭର ସ୍ବତନ୍ତ୍ର ସରକାରଙ୍କ ତରଫରୁ ବିକଳାଙ୍ଗ ମାନଙ୍କୁ ପରୀକ୍ଷା କରାଯାଇ ଶାରିରୀକ ଅକ୍ଷମ ପ୍ରମାଣ ପତ୍ର ଚିହ୍ନଟ କରି ଦିଆଯାଉଅଛି ।ବିଭିନ୍ନ ମେଡିକାଲ ର କୃତିମ ଉପାୟରେ ବ୍ୟବହାର କରୁଥିବା ଗୋଡ,ହାତ ବିକଳ ମାନଙ୍କୁ ଦିଆଯାଉଛି।ସେମାନଙ୍କୁ ସକ୍ଷମ ହେବା ପାଇଁ କୃତିମ ଉପାୟରେ ବହୁତ ଚିକିତ୍ସା କରାଯାଉଛି ।ଶେଷରେ ମୁଖ୍ୟ ଅତିଥ୍ ଭାବରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ଶରତ ଚନ୍ଦ୍ର ବେହେରା କହିଥିଲେ ଯେ,ଆମ୍ଭେ ଅକ୍ଷମ ଦିବସ କହିବା ନାହିଁ,ଆଳି ସମାଜରେ ଶାରୀରିକ ଅକ୍ଷମ ନ କହି ଭିନ୍ନକ୍ଷମ ବା ସକ୍ଷମ ଦିବସ କହିବା। ଆଜି ଆମ ପୁରୀ ଜିଲ୍ଲାରେ ବହୁତ କମ୍ ଅଛନ୍ତି,ଅଧାରୁ ପାଠପଢା ଛାଡି ଦେଇ ଘରେ ରହୁଛନ୍ତି,ତେଣୁ ଆମ୍ଭେ ତାଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରେ ସେମାନେ ଅନ୍ତର୍ଭୁକ୍ତ ହୋଇଥିବାରୁ ତାଙ୍କ ପାଖରେ ଆମେ ପହଞ୍ଚୁ ସମାଜ ସ୍ରୋତରେ ସାମିଲ ହେବା ପାଇଁ ଆମେ ପ୍ରୟାସ ରଖୁବୁ।ଆଜି ଭିନ୍ନକ୍ଷମଙ୍କ ପାଖରେ ସରକାର ଚାକିରୀରେ ୪%,ପଢାପାଇଁ ୫% କୋଟା ରହିଅଛି।ଏଣୁ ସ୍ବତନ୍ତ୍ର ପୁରୀଜିଲ୍ଲାରେ ଭିନ୍ନକ୍ଷମ ଅସହାୟ କେନ୍ଦ୍ର ଖୋଲା ଯାଇଛି।ଶେଷରେ ମନୋରଞ୍ଜନ କାର୍ଯ୍ୟପାଇଁ ପ୍ରତି ବ୍ଲକରୁ ଆସିଥ‌ିବା ଛାତ୍ରଛାତ୍ରୀମାନେ ଆସି ସଂଗୀତ ପରିବେଷଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଇଜ୍‌ ଓ ପ୍ରମାଣପତ୍ର ଦିଆଯାଇଥିଲା।ଶେଷରେ ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷାଅଧୂକାରୀ ଦିପକ କୁମାର ପାଢୀ,ଅତିରିକ୍ତ ସ୍ୱାସ୍ଥ୍ୟଚିକିତ୍ସକ ମାନସ ରଞ୍ଜନ ଦାସ,ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ,ପ୍ରତି ବ୍ଲକର ଛାତ୍ରଛାତ୍ରୀ ସମେତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧୁକାରୀ ପ୍ରଦୀପ୍ତ କୁମାର ସେନାପତି ଯୋଗଦେଇଥିଲେ।ଶେଷରେ ସଂଗୀତ ଶିକ୍ଷୟିତ୍ରୀ ରଶ୍ମିତା ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top